ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଏବେ ବାଲି ଚୋରା ଚାଲାଣ ବଢି ଚାଲିଛି । ଅନୁରୂପ ଭାବେ ପିତଳ ସନ୍ତୋଷପୁର ବାଲିଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ମାଇନିଂ ପ୍ଲାନ ଗୋଟିଏ ଜାଗାରେ ହୋଇଥିବା ବେଳେ ଅନ୍ୟ ଏକ ଜାଗାରୁ ବାଲି ଉଠାଉଛନ୍ତି ମାଫିଆ ।
ସବୁଠୁ ଆଶ୍ଚର୍ଯ୍ୟର କଥା, ଅଧିକାରୀଙ୍କ ଜାଣତରେ ସବୁକିଛି ଚାଲିଛି । ଏ ସବୁ ଜଣେ ମାଫିଆ କରୁଥିବା ବି ସମସ୍ତେ ଜାଣିଛନ୍ତି । ଯଦି ଏଭଳି ଚାଲେ ତାହେଲେ ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲା ବାଲି ଶୂନ୍ୟ ହୋଇଯିବ । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।