
ନୂଆଦିଲ୍ଲୀ, ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଜୋରାମ ବାସୀଙ୍କୁ ବଧାଇ ଜଣାଇଛନ୍ତି । ଏକ ଟ୍ଵିଟ୍ ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମିଜୋରାମ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ବଧାଇ । ମିଜୋରାମ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିଶ୍ରମୀ ରାଜ୍ୟବାସୀ ଏବଂ ମିଜୋ ସଂସ୍କୃତି ପାଇଁ ପରିଚିତ । ମୁଁ କାମନା କରୁଛି ଆଗାମୀ ଦିନରେ ମିଜୋରାମର ଲୋକଙ୍କ ଆକାଂକ୍ଷା ଏହିପରି ପୂରଣ ହୋଇଚାଲୁ ।