
ନୂଆଦିଲ୍ଲୀ, ଆଜି ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ବଧାଇ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ଯେ, ଏହି ଦୁଇ ରାଜ୍ୟ ଭାରତର ସମୃଦ୍ଧ ସଂସ୍କୃତି ଏବଂ ବିବିଧତାର ପ୍ରତିନିଧିତ୍ଵ କରିଥାଏ ।
ମହାମହିମ ରାଷ୍ଟ୍ରପତି ଏକ ଟ୍ଵିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଲୋକଙ୍କୁ ରାଜ୍ୟ ସ୍ଥାପନ ଦିବସ ଅବସରରେ ବଧାଇ । ଏହି ଦୁଇ ରାଜ୍ୟ ଭାରତର ସମୃଦ୍ଧ ସଂସ୍କୃତି ଏବଂ ବିବିଧତାର ପ୍ରତିନିଧିତ୍ଵ କରିଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦ ଫେବୃଆରୀ, ୧୯୮୭ ରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମକୁ କେନ୍ଦ୍ରଶାସିତ ଅଂଚଳରୁ ରାଜ୍ୟର ମାନ୍ୟତା ମିଳିଥିଲା ।