-
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ, ପୋଲିସ ମହାନିର୍ଦେଶକଙ୍କ ସୁରକ୍ଷା ବ୍ୟବସ୍ଥା ଯାଂଚ
ଭୁବନେଶ୍ୱର, ମଙ୍ଗଳବାର ଠାରୁ ଆୟୋଜିତ ହେବାକୁ ଯାଉଥିବା ବିଧାନସଭାର ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂସଲ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ଜାଂଚ କରିଛନ୍ତି । ଏହି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ କାରଣରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଦୁଇଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଜଣ ଆଇଆଇଆସି, ୮୫ଜଣ ଅଫିସର ଓ ୨୦୦ଜଣ କନେଷ୍ଟବଳ ମୁତୟନ ହେବେ । ଏହାଛଡ଼ା ବିକ୍ଷୋଭ ସ୍ଥଳ ଉପରେ ବି ପୁଲିସ ନଜର ରଖିବ ବୋଲି ଡିଜି କହିଛନ୍ତି ।