-
ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କଲା ବିଜେପି, ବୈଠକକୁ କଲା ବର୍ଜନ
ଭୁବନେଶ୍ୱର, ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କରି ଭାରତୀୟ ଜନତା ପାର୍ଟୀ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି । ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି । ସେ କହିଛନ୍ତି ଯେ କରୋନା ପରିସ୍ଥିତି ସାମାନ୍ୟ ହୋଇ ସାରିଛି ତେଣୁ ସମସ୍ତେ ଗୃହକୁ ଆସି ବିଧାନସଭାରେ ଭାଗ ନିଅନ୍ତୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପାର୍ଲିଆମେଂଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖନୀୟ ଯେ ମଙ୍ଗଳବାର ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିଧାନସଭାକୁ ସୁଚାରୁରୂପେ ଚଳାଇବାକୁ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ ଏଣେ ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ । ଏହାସହ ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡା ମଧ୍ୟ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିଲେ ।