
-
ଉତରାଖଣ୍ଡର ରୋଜଗାର ମେଳାକୁ ଭର୍ଚୁଆଲୀ କଲେ ଉଦଘାଟନ
ନୂଆଦିଲ୍ଲୀ, ନୂଆ ଶିକ୍ଷା ନୀତି ମାଧ୍ୟମରେ ଯୁବ ବର୍ଗକୁ ନୂଆ ଶତାବ୍ଦୀ ପାଇଁ ପ୍ରସ୍ତୁତ କରିବା ପାଇଁ ସଂକଳ୍ପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତରାଖଣ୍ଡର ରୋଜଗାର ମେଳାକୁ ଭର୍ଚୁଆଲୀ ଉଦଘାଟନ କରି ଏହା କହିଛନ୍ତି ।
ଉତରାଖଣ୍ଡରେ ଏହି ସଂକଳ୍ପକୁ ବ୍ୟବହାରିକ ରୂପ ଦେବାର ଦାୟିତ୍ୱ ଆପଣଙ୍କ କାନ୍ଧରେ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ହୁଅନ୍ତୁ ବା ଉତରାଖଣ୍ଡର ବିଜେପି ସରକାର ହେଉ, ପ୍ରତ୍ୟେକ ଯୁବକକୁ ତାର ରୁଚି, ଯୋଗ୍ୟତା ଅନୁସାରେ କିପରି ନୂଆ ସୁଯୋଗ ମିଳିବ, ତାକୁ ନେଇ ଆମର ନିରନ୍ତର ପ୍ରୟାସ ରହିଛି । ସମସ୍ତଙ୍କୁ ଆଗକୁ ବଢିବାର ଉଚିତ ମାଧ୍ୟମ ମିଳୁ । ସେ କହିଛନ୍ତି ଆପଣ ସମସ୍ତେ ରାଜ୍ୟ ଓ ରାଷ୍ଟ୍ରର ବିକାଶ ଓ ବିଶ୍ୱାସର ପ୍ରୟାସରେ ଭରପୁର ଯୋଗଦାନ ଦିଅନ୍ତୁ ।