
ନୂଆଦିଲ୍ଲୀ, ତେଲୁଗୁ ଅଭିନେତା ତଥା ରାଜନେତା ଶ୍ରୀ ନନ୍ଦମୁରୀ ତାରକ ରତ୍ନଙ୍କ ଆକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏନେଇ ଏକ ଟ୍ଵିଟ୍ ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ନନ୍ଦମୁରୀ ତାରକ ରତ୍ନଙ୍କ ଆକାଳ ବିୟୋଗରେ ମୁଁ ଦୁଃଖିତ । ସେ ଚଳଚ୍ଚିତ୍ର ଓ ମନୋରଞ୍ଜନ ଦୁନିଆରେ ନିଜର ପରିଚୟ ତିଆରି କରିଥିଲେ । ଏହି ଦୁଃଖର ମୁର୍ହୁତରେ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।