ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ଗ୍ରାମରେ ଥିବା ପୋଖରୀରେ ଏକ କୃଷ୍ଣସାର ମୃଗ ପାଣିପଙ୍କ ମଧ୍ୟରେ ଫସି ରହିଥିଲା । ଖାଦ୍ୟ ଅନ୍ୱେଷଣରେ ମୃଗଟି ଗ୍ରାମାଭିମୁଖୀ ହୋଇଥିବା ବେଳେ ବୁଲା କୁକୁରଙ୍କ ଆକ୍ରମଣରେ ଭୟଭିତ ହୋଇ ଜୀବନ ବଂଚାଇବାକୁ ପୋଖରୀ ଭିତରକୁ ପଶି ଯାଇଥିଲା । ଖବର ପାଇ ପାଟପୁର ପୋଲିସ ଏ ସମ୍ପର୍କରେ ସାନଖେମୁଣ୍ଡି ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲା । ବନ ବିଭାଗ କର୍ମଚାରୀ ମାନେ ମୃଗଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଗତ ୧୩ ତାରିଖରେ ଗଞ୍ଜାମ ସହରର ମୁଖ୍ୟ ନାଳରେ ଫସି ରହିଥିବା ଏକ କୃଷ୍ଣସାର ମୃଗକୁ ଅନୁରୂପ ଭାବେ ଉଦ୍ଧାର କରାଯାଇଥିଲା ।