-
ତାଙ୍କ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ କଲେ ଅନୁରୋଧ
ଭୁବନେଶ୍ୱର, ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ରବିବାର ଦିନ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି ।
ବିରୋଧୀ ଦଳର ନେତାଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ତାଙ୍କ ସମ୍ପର୍କିତ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ସବୁ ପ୍ରମାଣ ସତ୍ତ୍ୱେ ବିଜେଡିର ସଦସ୍ୟ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି । ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି । ସେ କହିଛନ୍ତି ଯେ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାକୁ ୨୧ ଦିନ ପୂରିଛି ହେଲେ କିଛି ହେଉନି । ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି ବୋଲି ସେ କହିଛନ୍ତି ।