ଭୁବନେଶ୍ୱର,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଫ୍ରିକୀୟ ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିଥିବା ବ୍ରହ୍ମପୁରର ମଧୁସ୍ମିତା ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନୂଆଗାଁ ଅଞ୍ଚଳର ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆହୋରଣ କରିବା ରାଜ୍ୟ ପାଇଁ ଗର୍ବର ବିଷୟ । ତାଙ୍କର ସାହସ ଓ ଧୈର୍ଯ୍ୟ ସମାଜର ଯୁବପିଢିଙ୍କୁ ନିଶ୍ଚୟ ଅନୁପ୍ରାଣିତ କରିବ । ମଧୁସ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ଯତ କାମନା କରୁଛି ।
Related Stories
November 1, 2024