
ସୁବର୍ଣ୍ଣପୁର ,ସୁବର୍ଣ୍ଣପୁର ବିଭିନ୍ନ ଶୈବପିଠରେ ଶିବରାତ୍ରି ଉପଲକ୍ଷେ ଭକ୍ତ ମାନଙ୍କ ସମାଗମ ହୋଇଥିଲା l ମାନସିକ ଧାରୀ ମାନେ ଦୀପ ଜାଳି ମନ୍ଦିର ବେଢାରେ ବସି ରାତ୍ରିର ଦ୍ଵିତୀୟ ପ୍ରହର ରେ ମହାଦୀପ ଉଠିଥିଲା ଦର୍ଶନ କରି ଉପାସୀ ମାନେ ପ୍ରସାଦ ସେବନ କରିଥିଲେ l
କାଲି ମହା ଶିବ ରାତ୍ରି ଅବସର ରେ ସୋନପୁର ବଷ୍ଟାଣ୍ଡ ସ୍ଥିତ ପଞ୍ଚରଥ ଶୈବ ପୀଠ ଠାରେ ଏକ ଭଜନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲl l ଏଥିରେ ସ୍ଥାନୀୟ ଭୀମ ଭୋଇ କଳାପରିଷଦ ର ନିର୍ଦେଶକ ଉମେଶ କୁମ୍ଭାର ଙ୍କ ତତ୍ୱାବଧାନ ରେ ପଶ୍ଚିମ ଓଡିଶା ର ବିଶିଷ୍ଟ କଣ୍ଠ ଶିଳ୍ପୀ ନବୀନ କଅଁର, ଶତ୍ରୁଘ୍ନ ଲୁହା, ଙ୍କ ସମେତ ବୀରେନ୍ଦ୍ର ଜଗଦଲା, ଅପର୍ଣ୍ଣl ନନ୍ଦ, ବିଜୟିନୀ ଭୋଇ, ମଧୁ ସୁଦନ ସାହୁ, , ପଦ୍ମ ଲୋଚନ ସାହୁ, ସୁରେନ୍ଦ୍ର ମିଶ୍ର, ଅକ୍ରୁର ମହାନନ୍ଦ, ପ୍ରମୁଖ ଅନେକ କଳାକାର ଯୋଗ ଦେଇ ଭଜନ ସଂଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଲେବର କମିଶନର ଡିଲେଶ୍ଵର ଖାକା, ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଉଦଘାଟନ କରିଥିବା ବେଳେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିବରାମ ସାହୁ ଓ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l ନବୀନ କଅଁର ଓ ଶତ୍ରୁଘ୍ନ ଲୁହା ଙ୍କ ଡୁଏଟ ସଂଗୀତ ଆଏଜ ତ ଦେଖାଇଦେଲୁ ରେ କଳାକାଁହୁ, ନୀଳମନି, ବେନୁପାନୀ ସଂଗୀତ ବେଶ ଆକର୍ଷଣ ଥିବା ବେଳେ ଏ କଳାକାର ମାନେ ବିଳମ୍ବିତ ରାତି ଯାଏ ସୁମଧୁର ସଂଗୀତ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ l କାର୍ଯ୍ୟକ୍ରମ ର ଶେଷ ରେ 90 ବର୍ଷୀୟ କଳାକାର ନରେନ୍ଦ୍ର ସାହୁ ଓ ପୂଜକ ଗୌରୀ ଶ୍ୟାମ ରଥ ପଞ୍ଚରଥ ବାବା ଙ୍କ ଇତିହାସ ଉପରେ ଏକ ଭଜନ ସଂଗୀତ ପରିବେଶଣ କରିଥିଲେ l ମନ୍ଦିର ର ନୂତନ କମିଟି ର ସଭାପତି ପିୟୁଷ ପଣ୍ଡା, ଉପଦେଷ୍ଟା ବିକାଶ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ମନବୋଧ ଭୋଇ, ରାମଜୀ ନେଗୀ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l