ପୁରୀ, ବିରଳ ଅଲିଭ ରିଡଲେ ସିଡୁଲ୧ ପ୍ରାଣୀ କଇଁଛଙ୍କ ସୁରକ୍ଷା, ପରିବେଶ ଉପଯୋଗୀ ପର୍ଯ୍ୟଟନ, ସାମୁଦ୍ରିକ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପୁରୀ ବେଳାଭୂମିରୁ କୋଷ୍ଟାଲ ଟ୍ରେକରେ ପୁରୀ ଟ୍ରେକିଂ କ୍ଳବର ସଦସ୍ୟମାନେ କୋଣାର୍କ ମେରାଇନ ରୋଡର ନୂଆନଈ ବେଳାଭୂମି ପର୍ଯ୍ୟନ୍ତ ଯାଇଥିଲେ।
ନୀଳାଦ୍ରି ବିଚରୁ ଅଭିଯାନ ଆରମ୍ଭ କରି ନୂଆନଈରେ କୋଷ୍ଟାଲ ଟ୍ରେକ ଶେଷ କରିଥିଲେ। ଏହି କୋଷ୍ଟାଲ ଟ୍ରେକର ମୂଳ ଉଦ୍ଦେଶ୍ୟ ପରିବେଶ ସନ୍ତୁଳନ ଓ ସବୁଜିମା ଜଙ୍ଗଲ, ସୁନ୍ଦର ପରିବେଶ ବାର୍ତ୍ତା ପ୍ରଚାର କରିବା। କୋଷ୍ଟାଲ ଟ୍ରେକ ସମୟରେ ଜଣେ ସଦସ୍ୟ ଏକ ଟିଇଁ ଟିଆଁ ଚଢେଇ ଆଘାତ ପ୍ରାପ୍ତ ହୋଇ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ତାକୁ ଧରି ତାର ପ୍ରାଥମିକ ଚିକିତ୍ସା କରାଇ ଭଲ କରିବାକୁ ଚେଷ୍ଟା କରିଥିଲେ। ପକ୍ଷୀଟିର ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେଉଥିବାରୁ ସେଠାରେ ହଳଦୀ ଦେଇ କ୍ଷତକୁ ପୂରଣ କରାଯାଇଥିଲା। ପରେ ବନବିଭାଗର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁରୀର ପର୍ଯ୍ୟଟନର ଅଭିବୃଦ୍ଧିକୁ ନେଇ ଆଜି କୋଷ୍ଟାଲ ଟ୍ରେକ ମାଧ୍ୟମରେ ସଚେତନତାର ବାର୍ତା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଇଛି। ଏହି ଦିନକିଆ ଅଭିଯାନରେ୧୩ କିଲୋମିଟର ବ୍ୟାପି କୋଷ୍ଟାଲ ଟ୍ରେକ ରେ ୨୦ରୁ ଉର୍ଦ୍ଧ ପ୍ରତିନିଧି ଭାଗ ନେଇଛନ୍ତି। ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହି ଦୁଃସାହାସିକ ତଥା ଜନସଚେତନ ପଦଯାତ୍ରାରେ ସାମିଲ ହୋଇ ପ୍ରତିନିଧି ମାନେ ନିଜକୁ ଗୌରାବାନ୍ୱିତ ମନେ କରିଛନ୍ତି।୧୯ ଥର ପାଇଁ ଆୟୋଜିତ ହେଉଥିବା ଏହି କୋଷ୍ଟାଲ ଟ୍ରେକିଙ୍ଗ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ ରଖି ବେଳାଭୂମିକୁ ପ୍ରଦୂଷଣ ମୁକ୍ତ କରିବା, ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ତଥା ପୁରୀ ଚିଲିକା ପର୍ଯ୍ୟଟନର ବିକାଶକୁ ଲକ୍ଷରେ ରଖି ଏହି ଟ୍ରେକିଙ୍ଗ ମାଧ୍ୟମରେ ସଚେତନତା ବାର୍ତା ଦିଆଯାଇଛି।
ମନମୁଗ୍ଧକର ବେଳାଭୂମି ସବୁବେଳେ ସମସ୍ତଙ୍କୁ କରିଥାଏ ଆକର୍ଷଣ। ଏହି ଆକର୍ଷଣୀୟ ବେଳାଭୂମିରେ ଚାଲିଚାଲି ଟ୍ରେକ କରିବାରେ ରହିଛି ନିଆରା ଅନୁଭବ। ଏହି ଅନୁଭବକୁ ସାଉଁଟି ସ୍ମରଣୀୟ କରିବା ସହିତ ମହତ ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିବାର ନିଆରା ଅନୁଭୂତି ବେଶ ଆନନ୍ଦ ଦାୟକ । ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ ତଥା ଦୁଃସାହାସିକ ପଦଯାତ୍ରାରେ ସାମିଲ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।