-
ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ
ପୁରୀ : ବାଲି ସାହି ସ୍ଥିତ ଜୀୟର ସ୍ୱାମୀ ମଠ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମାଗଣା ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି |ସାମୁହିକ ବ୍ରତୋପନୟନରେ ଓଡିଶା ରାଜ୍ୟ ସମେତ ଝାରଖଣ୍ଡ,ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗଳା ର ୩୬ ଜଣ ବ୍ରାହ୍ମଣ ବାଳକ ଅଂଶଗ୍ରହଣ କରିଥିଲେ | ଶୁକ୍ରବାର ସକାଳ ୮ ଘଣ୍ଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନରେ ଏହି ବ୍ରତୋପନୟନ ସମ୍ପର୍ଣ୍ଣ ହୋଇଥିଲା |ବୈଦିକ ରୀତିନୀତିରେ ସାମୁହିକ ବ୍ରତୋପନୟନ ମଠ ପରିସରରେ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |ବ୍ରତୋପନୟନ ପରେ ମଧ୍ୟାହ୍ନରେ ସାମୁହିକ ପ୍ରସାଦ ସେବନ ହୋଇଥିଲା |ଏହି ବ୍ରତୋପନୟନ କୁ ସନ୍ଥଶ୍ରୀ ସୁଦର୍ଶନ ରାମାନୁଜ ଦାସଜୀ ମହାରାଜ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସଂଯୋଜନା କରିଥିଲେ |