କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସିଂହଦ୍ୱାର ସମ୍ମୁଖରେ ଗତ ତା 6.2.23ରିଖ ତୁର୍କୀ ଓ ସିରିଆ ରେ ଘଟିଥିବା ମୁର୍ମନ୍ତୁଦ ଭୂମିକମ୍ପ ରେ ପ୍ରାଣ ହରାଇ ଥିବା ପ୍ରାୟ 40 ହଜାର ରୁ ଉର୍ଦ୍ଧ ଓ ଏଥିରେ ଗୁରୁତର ଭାବେ ଆହତ ପ୍ରାପ୍ତ ବ୍ୟକ୍ତି ବିଶେଷ ଙ୍କ ମଙ୍ଗଳ କାମନା ଓ ସ୍ବର୍ଗୀୟ ମାନଙ୍କର ଅମର ଆତ୍ମା ର ସଦଗତି କାମନା କରି ଅନୁଷ୍ଠାନ ତରଫରୁ ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏଥିରେ ଅନୁଷ୍ଠାନ ର ସଦସ୍ୟା ସଦସ୍ୟ ମାନେ ଯଥାକ୍ରମେ ଶ୍ରୀ ଜିତେନ୍ଦ୍ର ମହାପାତ୍ର, ମନୋଜ ରଥ, ଚିତ୍ତରଞ୍ଜନ ବିଶ୍ୱାଳ,ଜଗଦୀଶ ପ୍ରଧାନ,ବିଜୟ କୃଷ୍ଣ ବ୍ରହ୍ମl, ଦେବେନ୍ଦ୍ର ମହାରଣା, ବିରଞ୍ଚି ମିଶ୍ର, ବିନୋଦ ସେନାପତି, ଗୌରବ ପାସୋରିଆ, ଶ୍ୟାମସୁନ୍ଦର ମହାପାତ୍ର,ଅର୍ଚନା ରଥ, ଅନୁପମା କର, ଚିନ୍ମୟୀ କର, କୃଷ୍ଣଚନ୍ଦ୍ର ମିଶ୍ର, ଓମ ପ୍ରସାଦ ସେନାପତି,ସୁଦର୍ଶନ ସାହୁ, ଦେବୀପ୍ରସାଦ ବ୍ରହ୍ମl, ସିସେନ ପ୍ରତିହାରୀ, ଜଗନ୍ନାଥ ରେଡି,ଶଶାଙ୍କ ପ୍ରଧାନ, ସନ୍ଦୀପ କର୍ମକାର, ଅର୍ଜୁନ ମହାରଣା, ବୈଷ୍ଣବ ମହାରଣା, ଯୋଗେଶ ମହାରଣା,ଓ ସେଠାରେ ଉପସ୍ଥିତ ଦର୍ଶନlର୍ଥୀ ଭକ୍ତବୃନ୍ଦ ଯୋଗଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |ଏଥିସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏ ପୃଥିବୀ ରେ ଏପରି ମୁର୍ମନ୍ତୁଦ ଘଟଣା ର ଆଉ ପୁନରାବୃତ୍ତି ନହେବା ପାଇଁ ପ୍ରାର୍ଥନା କରିଥିଲେ l
Related Stories
November 25, 2024