ସାକ୍ଷିଗୋପାଳ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବରାଳ ଗ୍ରାମସ୍ଥିତ ବାବା ବରାଳ ବାଲୁଙ୍କେଶ୍ଵରଙ୍କ ପୀଠରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏହି ପବିତ୍ର ତିଥିରେ ବାବାଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି ।
ଆଜିର ଦିନରେ ମହାଦେବଙ୍କୁ ବେଲପତ୍ର, କ୍ଷୀର ଏବଂ ଜଳାଭିଶେକ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସଂନ୍ଧ୍ୟାରେ ଭକ୍ତ ମାନେ ମନ୍ଦିର ପରିସରରେ ଜାଗର ଜାଳିବେ । ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ବିଳମ୍ବିତ ରାତିରେ ମହାଦୀପ ଉଠିବା ନେଇ ସୂଚନା ମିଳିଛି ।