ପୁରୀ, ପୁରୀ ଲୋକନାଥ ପୀଠରେ ଆଜି ଜାଗର ଯାତ୍ରା ପାଳିତ ହେଉଛି । ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ବାବାଙ୍କୁ ବିଲ୍ଵପତ୍ର ଲାଗି, ଜଳାଭିଶେକ ସହ ପୂଜାର୍ଚ୍ଚନା କରୁଛନ୍ତି । ପାରମ୍ପରିକ ରୀତିନୀତି ମୁତାବକ ସେବାୟତ ମାନେ ବାବା ଲୋକନାଥଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି । ସଂନ୍ଧ୍ୟାରେ ଭକ୍ତ ମାନେ ମନ୍ଦିର ବେଢ଼ାରେ ଜାଗର ଜାଳିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମହାଦୀପ ପୂର୍ବରୁ ହରିହର ଭେଟ ନୀତି ସମ୍ପନ୍ନ ହେବ । ଶ୍ରୀଲୋକନାଥ ଟ୍ରଷ୍ଟ ବୋର୍ଡ଼, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Related Stories
November 22, 2024