କନ୍ଧମାଳ- ମାଟିର ସ୍ୱାସ୍ଥ୍ୟ କହିଲେ ମାଟିର ଜୀବିତ ରହିବା କ୍ଷମତାକୁ ବୁଝାଇଥାଏ । ଏହି କ୍ଷମତା ମନୁଷ୍ୟ ତଥା ଜୀବଜଗତର ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା କରିବାରେ ସହାୟକ ହେବା ସହିତ ମାଟିର ଉପôାଦନ ଶକ୍ତିକୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଶ୍ୱ ମୃତିକା ଦିବସ ପାଳନ କରାଯାଉଛି । ତେବେ କନ୍ଧମାଳ ମୁଖ୍ୟ ଜିଲ୍ଲ୍ା କୃଷି ଅଧିକାରୀ-ତଥା-ଆତ୍ମାର ପ୍ରକଳ୍ପ ନିଦେ୍ର୍ଧଶକଙ୍କ ସୌଜନ୍ୟରେ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ଫୁଲବାଣୀ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଦେବୀ କହଁରଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ୱ ମୃତିକା ଦିବସ ୨୦୧୯ ପାଳିତ ହୋଇଯାଇଛି । କୃଷି ବିଶେଷଜ୍ଞମାନଙ୍କ ସୁପରାମର୍ଶ କ୍ରମେ ଚାଷ କାର୍ଯ୍ୟ କରିବାକୁ ଅଧ୍ୟକ୍ଷା ଶ୍ରୀମତୀ କହଁର ଉପସ୍ଥିତ ଚାଷୀଭାଇମାନଙ୍କୁ ପରାମର୍ଶ ଦେବା ସହି ଚାଷ କାର୍ଯ୍ୟ ସହ ପଶୁପାଳନକୁ ମଧ୍ୟ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଭାରପ୍ରାପ୍ତ କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତିକା ସଂରକ୍ଷଣର ଆବଶ୍ୟକତା ଏବଂ ମୃତିକା କ୍ଷୟର ଅପକାରୀତା ବିଷୟରେ ବର୍ଣ୍ଣନା କରିଥିଲେ । ତେବେ ଚାଷୀଭାଇମାନଙ୍କର ତ୍ୟାଗପୁତ ଚାଷ କାର୍ଯ୍ୟ ଆଜି ମନୁଷ୍ୟ ତଥା ଜୀବଜଗତକୁ ବଂଚାଇ ଦେଉଛି କହିଲେ ଭୂଲ ହେବନାହିଁ ବୋଲି ଶ୍ରୀ ଦାସ କହିଥିଲେ । ଶୁଷ୍କାଚଂଳ କୃଷି ଗବେଷଣା କେନ୍ଦ୍ର କନ୍ଧମାଳର ବରିÂ କୃଷି ବୈଜ୍ଞାନିକ ଡଃ. ଦିଲ୍ଲୀପ ବସ୍ତିଆ କୃଷି କାର୍ଯ୍ୟକୁ ଧର୍ମକାର୍ଯ୍ୟ ବୋଲି ଆଖ୍ୟା ଦେଇଥିଲେ । ତେଣୁ, ସେମାନେ ଭଗବାନଙ୍କୁ ଆରାଧନା ନକଲେ ବି ତାଙ୍କର ନିକଟତର ହୋଇପାରିବେ ବୋଲି ମତ ଦେଇଥିଲେ । ମା’ ଅସୁସ୍ଥ ହେଲେ ଯେପରି ପିଲାମାନେ ଅସୁସ୍ଥ ହୋଇଯାଆନ୍ତି, ସେହିପରି ମାଟି ମା’ ଅସୁସ୍ଥ ହେଲେ ବୃକ୍ଷଲତା ଅସୁସ୍ଥ ହେବା ସହିତ ସମସ୍ତ ଜୀବଜଗତ ତଥା ପରିବେଶ ଅସୁସ୍ଥ ହୋଇପଡ଼ିବ ବୋଲି ଡଃ. ବସ୍ତିଆ ପ୍ରକାଶ କରିଥିଲେ ।
ଘୁ.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବରିÂ କୃଷି ବୈଜ୍ଞାନିକ ଡଃ. ଦେବାଶିଷ ମିଶ୍ର ମୃତିକା ସଂରକ୍ଷଣ ଓ ତା’ର ଉପଯୋଗ ଉପରେ ବର୍ଣ୍ଣନା କରିଥିଲେ । ମାଟି ମା’କୁ ଜୀବନ୍ତ ରଖିବାକୁ ହେଲେ ମାଟି ଭିତରେ ଥିବା ଉପକାରୀ ଅଣୁଜୀବମାନଙ୍କୁ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ନକରି ଜୀବନ୍ତ ରଖିବାକୁ ପରାମର୍ଶ ଦେଇଥିଲେ । ତେବେ ଜୈବିକ ସାର ଓ ସବୁଜ ସାରକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଘୁ.ଉଦୟଗିରି ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ମୁଖ୍ୟ ଡଃ. ଦେବେନ୍ଦ୍ର କୁମାର ଦେବତା ମାଟିର ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ । ପ୍ରତି ୫ ସେକେଣ୍ଡରେ ଗୋଟିଏ ଫୁଟବଲ ପଡ଼ିଆ ଭଳି ଯାଗାର ମୃତିକା କ୍ଷୟ ହେଉଥିବା ବେଳେ ଏକ ଇଂଚ ମାଟି ତିଆରି ପାଇଁ ପ୍ରାୟ ଏକ ହଜାର ବର୍ଷ ଲାଗିଯାଉଛି । ମାଟିକୁ ବାନ୍ଧି ରଖିଲା ଭଳି ଚାଷ ପ୍ରଣାଳୀ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ । ଉଦ୍ୟାନ କୃଷି ନିଦେ୍ର୍ଧଶକ ଶ୍ରୀ ମନୋଜ କୁମାର ଦାସ ସୁସ୍ଥ ମାଟିରୁ ସୁସ୍ଥ ବୃକ୍ଷ ସୃଷ୍ଟି ହୋଇଥାଏ ବୋଲି କହିବା ସହିତ ମୃତିକା ସ୍ୱାସ୍ଥ୍ୟ କାଡର଼୍ ଉପରେ ଆଲୋଚନା କରିଥିଲେ । ମାଟିରେ ଜୈବିକ ଶକ୍ତି ଅଧିକ ଥିଲେ, ପାଣି ଧରି ରଖିବା କ୍ଷମତା ମଧ୍ୟ ଅଧିକ ହେବା ସହିତ ଉପକାରୀ ଅଣୁଜୀବମାନଙ୍କ ପାଇଁ ବସାଘର ମିଳିପାରିବ ବୋଲି ମତ ଦେଇଥିଲେ । ଜଳଛାୟା ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ ମୃତିକା ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ ପାଇଁ ସଚେତନତା ନିହାତି ଆବଶ୍ୟକ ବୋଲି କହିଥିଲେ । ଏକଫୁଟ୍ ଗଭୀରତା ମଧ୍ୟରେ ଥିବା ମାଟିରେ ଉପକାରୀ ଅଣୁଜୀବ ରହିଥାନ୍ତି, ଯାହା ଗଛକୁ ଖାଦ୍ୟ ଯୋଗାଇଥାଏ । ଉପର ମାଟିକୁ ନଷ୍ଟ ନକରାଯିବା ପାଇଁ ବିଭିନ୍ନ ଉପାଦେୟ ଆଲୋଚନା କରିଥିଲେ । ସେହିପରି, ମୃତିକା ରସାୟନବିତ୍ ଶ୍ରୀ ବିରଂଚି ନାରାୟଣ ମଙ୍ଗରାଜ ସମନ୍ୱିତ ଖାଦ୍ୟସାର ପରିଚାଳନା ଓ ତାର ଉପକାରୀତା ଉପରେ ବୁଝାଇଥିଲେ । ଫୁଲବାଣୀ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁର ମତ୍ସ୍ୟ ଚାଷ ପାଇଁ ସୁସ୍ଥ ମାଟିର ଭୂମିକା ଉପରେ ଆଲୋଚନା କରିଥିବା ବେଳେ ଫୁଲବାଣୀ ମୁଖ୍ୟ ପ୍ରାଣୀ ଚିକିତ୍ସା ଉପ-ନିଦେ୍ର୍ଧଶକ ଡା. ପ୍ରଶାନ୍ତ କୁମାର ମହାଲିକ ଚାଷୀଭାଇମାନେ ମୃତିକାର ଉପାଦେୟତା, ପରିଚାଳନା ତଥା ସମନ୍ୱିତ ଖାଦ୍ୟସାର ପରିଚାଳନା ସମ୍ପର୍କରେ ସଚେତନ ହେବା ସହିତ ପରମ୍ପରାଗତ ଚାଷକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ । କନ୍ଧମାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ-ତଥା-ଆତ୍ମାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ରବିଚନ୍ଦ୍ର ନାୟକ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ ଚାଷ ପାଇଁ କେତେକ ସାଧାରଣ ପରାମର୍ଶ ଦେଇଥିଲେ । ପରେପରେ, ଚାଷୀମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାଡର଼୍ ବଣ୍୍ଟନ କରାଯାଇଥିଲା । ଶେଷରେ ଆତ୍ମାର ଉପ-ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ହେମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ବୈଠକରେ ବିଭାଗୀୟ ସରକାରୀ ପଦାଧିକାରୀମାନଙ୍କ ସମେତ ବହୁ ପୁରୁଷ ଓ ମହିଳା ଚାଷୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।
Related Stories
November 12, 2024
November 12, 2024