ପାରଳାଖେମୁଣ୍ଡି, ଜେନେରେଟର ଧୂଆଁରେ ଶ୍ଵାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ସିଆଳିଲଟି ପଚାଂୟତର ବେତାରସିଂ ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଘଟଣ ।
ବିବାହ ଭୋଜି ପାଇଁ ଗତକାଲି ରାତିରେ ଘର ସମ୍ମୁଖରେ ଜେନେରେଟର ଲାଗିଥିଲା । ଘରେ ଶୋଇଥିବା ବେଳେ ଜେନେରେଟର ଧୂଆଁରେ ଶ୍ଵାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗଣେଷ ନାୟକ ଓ ଅମ୍ବିକା ନାୟକ । ୭ ବର୍ଷର ଗୁରୁତର ଝିଅକୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।