
ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିର ପରିସରରେ ରହିଥିବା ଘଟକେଶ୍ଵର ମହାଦେବ ମନ୍ଦିରରେ ଆଜି ଜାଗର ଉତ୍ସବ ପାଳନ ହୋଇଛି । ଏହି ଅବସରରେ ବାବା ଘଟକେଶ୍ଵରଙ୍କ ଦର୍ଶନ, ପୂଜାର୍ଚ୍ଚନା, ଭୋଗଲାଗି ଓ ଜଳାଭିଶେକ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ସଂନ୍ଧ୍ୟାରେ ମନ୍ଦିର ପରିସରରେ ଜାଗର ଜାଳିବେ । ରାତି ୧୦ଟା ପରେ ମହାଦୀପ ଉଠିବ ।
ଜାଗର ଉପଲକ୍ଷେ ଆଜି ପ୍ରାତଃରୁ ଏଠାରେ ଏକ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି ।