କନ୍ଧମାଳ- ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଏନାହିଁ, ବରଂ ସେ ତାହାର ସୁଗନ୍ଧରେ ସାରା ପୃଥିବିକୁ ମହକିତ କରିଥାଏ – ଏହି କଥାକୁ ପ୍ରମାଣିତ କରିପାରିଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ର ଏକ ଅପହଂଚ ଅଚଂଳ ବାନ୍ଦୁଡିର ଆଦିବାସୀ ଝିଅ ଝୁଲିମା ମଲ୍ଲିକ୍ । ଆଜି ଅନ୍ତର୍ଜାତିୟ ସ୍ୱେଚ୍ଛାସେବୀ ଦିବସ ଅବସରରେ ୟୁ.ଏନ୍. ହାଉସ୍, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଝୁଲିମାଙ୍କୁ ସମ୍ମାନଜନକ ଭି – ଆୱାର୍ଡରେ ସମ୍ମାନିତ କରାଯାଇଛି । ସାରା ଭାରତରୁ ୧୦ ଜଣଙ୍କୁ ଏହି ଆୱାର୍ଡ ମିଳିଥିବା ବେଳେ ଓଡ଼ିଶାରୁ ଏକ ମାତ୍ର ଝିଅ ହିସାବରେ ଝୁଲିମାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଅଛି । କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁÂାନ ସ୍ୱାତୀ ଓ ସେଭ୍ ଦି ଚିଲଡ୍ରେନ୍ ଦ୍ୱାରା ସେ ସ୍ୱେଚ୍ଛାସେବୀ ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ୨୦୧୬ ମସିହାରେ । ଏହି ସମୟ ମଧ୍ୟରେ ସେ ମୁଖ୍ୟତଃ ବାଲ୍ୟ ବିବାହ ବିରୋଧ, ବାଳିକା ଶିକ୍ଷାର ପ୍ରଚାର ପ୍ରସାର, ଯୈ÷ାନ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଜନସାଧାରଣ ମୁଖ୍ୟତଃ କିଶୋରୀ ବାଳିକା ମାନଙ୍କୁ ସଚେତନ କରିବା ସହିତ ଶିଶୁ ଅଧିକାର ଦିଗରେ କାର୍ଯ୍ୟ କରିଛନ୍ତି । ବର୍ତମାନ କ.ନୂଆଗାଁ ବ୍ଲକ୍ ସ୍ତରୀୟ ଅନନ୍ୟା ବାଳିକା ମହାସଂଘର ସେ ସଭାନେତ୍ରୀ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଝୁଲିମା ନିଜର ପ୍ରଚେଷ୍ଟାରେ ନିଜର ବାହାଘର ବନ୍ଦ କରିବା ସହିତ ୧୨ ଗୋଟି ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇପାରିଛନ୍ତି । ଏହି ସମ୍ମାନ ପାଇ ଯେ ସେ ଏତିକିରେ ଅଟକି ଯିବେ ତା ନୁହେଁ ବରଂ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଝୁଲିମା କହିଛନ୍ତି ।
Related Stories
December 26, 2024