-
୨୦,୦୦୦ ଛାତ୍ରଛାତ୍ରୀଙ୍କ ଦସ୍ତଖତ ସହ ଉଚ୍ଚଶିକ୍ଷା ସଚିବଙ୍କୁ ଦିଆଯିବ ଦାବିପତ୍ର,
-
ବିଧାନସଭା ଅଧିବେଶନ ପୂର୍ବରୁ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଭେଟିବ – ଏବିଭିପି
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବହୁ ବର୍ଷ ଧରି ଦାବି କରି ଆସୁଛି। ଜିଲ୍ଲାର ବିଦ୍ୟାର୍ଥୀ ମାନଙ୍କୁ ସ୍ବର ହୋଇ ପରିଷଦ ଅନେକ ପ୍ରତିବାଦ ଓ ଆନ୍ଦୋଳନ କରିଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ରାଜ୍ୟ ସରକାର ଏହା ଉପରେ କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଯାହା ଫଳରେ ଏସସିଏସ ବିଶ୍ଵବିଦ୍ୟାଳୟର ସ୍ବପ୍ନ ସାଧାରଣ ଛାତ୍ର ପାଇଁ ଏକ ଦିବାସ୍ବପ୍ନ ହୋଇଗଲାଣି। ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଁ ଏବିଭିପି ପକ୍ଷରୁ ପୁରୀ ସହରର ବିଭିନ୍ନ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାକୁ ବ୍ୟାପକ କରି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ୨୦,୦୦୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦସ୍ତଖତ ସମ୍ବଳିତ ଦାବିପତ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଦିଆଯିବ ବୋଲି ଜିଲ୍ଲା ସଂଯୋଜକ ରାହୁଲ କୁମାର ନାୟକ ସୂଚନା ଦେଇଛନ୍ତି।
ଶ୍ରୀ ନାୟକ କହିଛନ୍ତି ଯେ ଉକ୍ତ ପ୍ରସଙ୍ଗ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବିଧାନସଭାର ଆଗାମୀ ଅଧିବେଶନ ପୂର୍ବରୁ ଆମେ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିବୁ। ଏହା ପରେ ମଧ୍ୟ ସରକାର ଯଦି ଛାତ୍ର ସମାଜର ଦାବିକୁ ଅଣଦେଖା କରନ୍ତି ତାହେଲେ ଏସସିଏସକୁ ବିଶ୍ଵବିଦ୍ୟାଳୟରେ ଋପାନ୍ତରିତ କରିବା ପାଇଁ ଜିଲ୍ଲାର ପ୍ରତିଟି ଛାତ୍ର ପାଖରେ ପହଞ୍ଚି ଏବିଭିପି ନିର୍ଣ୍ଣାୟକ ଲଢେଇ ଲଢିବବୋଲି ।