ଭୁବନେଶ୍ୱର – ନୌସେନା ବାଦ୍ୟ ନୌସେନା ସଙ୍ଗୀତ (ଜୟ ଭାରତୀ) ଗାନ ମଧ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ବାଏ ଦ ୱେ ପ୍ରାଙ୍ଗଣରେ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ଭାରତୀୟ ନୌସେନା ଦିବସ ପାଳିତ ହୋଇଯାଇଛି । ଭେଟେରାନ ସମରେନ୍ଦ୍ର ପରିଜା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି ନୌସେନା ଦିବସର ଅଭିବାଦନ ଜଣାଇଥିଲେ । ଭେଟେରାନ ଜାନକୀ ପ୍ରସାଦ ପଟ୍ଟନାୟକ ନୌସେନା ଦିବସର ଐତିହାସିକ ତଥ୍ୟ ପ୍ରଦାନ କରିବା ସହିତ ବର୍ତମାନ ସମୟରେ ନୌସେନା ଦିବସର ମହତ୍ୱ ସମ୍ପର୍କରେ ଅଗତ କରାଇଥିଲେ । ଭେଟେରାନ୍ ଗ୍ରୁପ କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମା ଉପସ୍ଥିତ ତିନି ସେନାର ଅବସରପ୍ରାପ୍ତ ଭେଟେରାନମାନଙ୍କୁ ସମ୍ବୋଧିତ କରି ତାଙ୍କ ନିତ ଟ୍ରେନିଂ ସମୟରେ ହୋଇଥିବା ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ବିଷୟରେ କିଛି ଅନୁଭବ ବର୍ଣ୍ଣନା କରିଥିଲେ । ଭେଟେରାନ ନିତାଇ ଗୌର ଧଳ ନୌସେନା ଦିବସ ଅବସରରେ ସମସ୍ତ ଭେଟେରାନ ପରିବାରବର୍ଗକୁ ନିଜର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଶା ରାଜ୍ୟ ଯୁଦ୍ଧ ସ୍ମାରକୀ ଓ ଓଡ଼ିଶା ରାଜ୍ୟ ଯୁଦ୍ଧ ସଂଗ୍ରହାଳୟ ଉପରେ ଆଲୋକପାତ କରିଥିଲେ । ଏବଂ ତତ୍ ସହିତ ଓଡ଼ିଶାର ଗର୍ବ ଓ ଗୌରବ ବିଜୁବାବୁଙ୍କ ଡାକୋଟା ବିମାନକୁ କଲିକତା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଉଦ୍ଧାର କରି ସସମ୍ମାନେ ପ୍ରତିÂିତ କରିବା ଯୋଜନା ନେଇ ସରକାରଙ୍କ ସାହାଯ୍ୟ କାମନା କରିଥିଲେ । ଦେଶ ଓ ରାଜ୍ୟର ପ୍ରଗତିରେ ପୂର୍ବ ସୈନିକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ ବିଦ୍ୟାଧର ନାୟକ ଆହ୍ୱାନ ଦେଇଥିଲେ । ଭେଟେରାନ ଗୋପୀନାଥ ମିଶ୍ର ସମସ୍ତ ଭେଟେରାନ ଅତିଥିମାନଙ୍କୁ ନିଜ ନିଜର ସହଯୋଗୀତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ ରୀବନ୍ଦ୍ର କୁମାର ପଟ୍ଟନାୟକ, କ୍ୟାପଟେନ ମନ୍ମଥ କୁମାର ସିଂ, ସେନାପଦକ ପ୍ରାପ୍ତ ଙେଟେରାନ୍ ମାର୍କୋସ ରବୀନ୍ଦ୍ର କୁମାର ସାହୁ, ଭେଟେରାନ୍ ହରପ୍ରସାଦ ଡୋରା, ମୃତୁ୍ୟଞ୍ଜୟ ମହାପାତ୍ର, ଶେଷଦେବ ମିଶ୍ର, ବିଭୂପ୍ରସାଦ ସ୍ୱାଇଁ, ବିଷ୍ଣୁପ୍ରସାଦ ଦାଶ, ବୈକୁଣ୍ଠ ପ୍ରସାଦ ତି୍ରପାଠୀ, ଅନ୍ତର୍ଯ୍ୟାମୀ ଦାଶ, ଦୀନବନ୍ଧୁ ଷଡ଼ଙ୍ଗୀ, ନିରଞ୍ଜନ ରଣସିଂହ ପ୍ରମୁଖ ଯୋଗ ଦେଇଥିଲେ ।