ଭୁବନେଶ୍ୱର,କେନ୍ଦ୍ରୀୟ ରେଳ ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ଶୁକ୍ରବାର ଦିନ ପାରାଦୀପ ବନ୍ଦର ଯାଇ ସେଠାରେ ହେଉଥିବା ଗତିବିଧିକୁ ଦେଖିଛନ୍ତି । ଏହା ସହ ସେ ସେଠାରେ ବିକାଶ ତୀର୍ଥ ପ୍ରକଳ୍ପର ମଧ୍ୟ ନୀରିକ୍ଷଣ କରିଛନ୍ତି ।
ସେ ପାରାଦୀପ ବନ୍ଦରକୁ ଆସିବା ପରେ ବନ୍ଦରର ସିଆଇଏସଏଫ ୟୁନିଟ ଦ୍ୱାରା ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବନ୍ଦର ଉପାଧ୍ୟକ୍ଷ ଏ କେ ବୋଷ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶଙ୍କୁ ବନ୍ଦରରେ କିଭଳି କାମ ହୁଏ ସେ ସମ୍ପର୍କରେ ବୁଝାଇଥିଲେ ।
ଶ୍ରୀମତୀ ଦର୍ଶନା ଜରଦୋଶ କହିଛନ୍ତି ଯେ ବର୍ତମାନ ୨୯ଟି ପୋର୍ଟ ଏପରି ରହିଛି ଯେଉଁଥିରେ ୧୨ଟି ପ୍ରମୁଖ ବନ୍ଦର ମଧ୍ୟ ସାମିଲ ରହିଛି ଓ ଗୋଟିଏ ରେଳ ନେଟୱର୍କ ସହ ଜଡିତ ରହିଛି ଯାହା ପଣ୍ୟ ପରିବହନକୁ ଶୀଘ୍ର ଓ କମ ଖର୍ଚରେ କରାଯାଉଛି ।