ଭୁବନେଶ୍ୱର, ମୁଁ ଜଣେ ସାଧାରଣ ମଣିଷ । ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରିପାରିବେ । ଏହା କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ସେ ଚାହିଁଲେ ମାରିପାରିବେ । ସେ ଯେଉଁଠିକି କହିବେ ସେଠାକୁ ଯିବି । ମୋତେ ମାରିପାରିବେ । ସେ କହିଛନ୍ତି ଯେ ରାଜ୍ୟରେ ଜଣେ ଏପରି କହିପାରୁଛି, ଏଥିରୁ ଶାସନ ବ୍ୟବସ୍ଥା ଜଣାପଡୁଛି ।
ସେ କହିଛନ୍ତି ଯେ ମୁମ୍ବାଇରେ ‘ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ । ସେତେବେଳେ ତାଙ୍କ ଭୂମିକା କ’ଣ ଥିଲା ସମସ୍ତେ ଜାଣିଛନ୍ତି ।
ବିରୋଧୀ ଦଳର ନେତା ପୋଲିସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି । ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି । ସେ କହିଛନ୍ତି ଯେ ଓଡ଼ିଶା ପୋଲିସ ମୋତେ କ୍ଷମା ମାଗିବ ନା ମୁଁ ତାଙ୍କୁ କ୍ଷମା ମାଗିବି? ରାଜ୍ୟ ପୋଲିସ ବିଭାଗକୁ ସବୁ ଏଠି ମାଫ୍ ବୋଲି ସେ କହିଛନ୍ତି ।
ପୋଲିସ ସହ ଧସ୍ତାଧସ୍ତି ପ୍ରସଙ୍ଗରେ ସେ କହିଛନ୍ତି ଯେ ଧନୁପାଲି ଆଇଆଇସିଙ୍କ ବିରୋଧରେ ତଦନ୍ତ ହେଉ । ଆନ୍ଦୋଳନ ଚାଲିଥିବା ବେଳେ ଆଇଆଇସି ମହିଳାଙ୍କ ପଟେ ଥିଲେ । ହେଲେ କ’ଣ ପାଇଁ ମୋ ପାଖକୁ ଆସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।