ଭୁବନେଶ୍ୱର, ଓଡ଼ିଶା ସରକାର ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମଏସ୍ଏମ୍ଇ ବିକାଶ ନୀତି-୨୦୧୬ର ସଂଶୋଧନ କରିଛନ୍ତି ।
ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ତାଙ୍କ କାର୍ଯ୍ୟ ଆରମ୍ଭର ୬ ମାସ/୧୨ ମାସ ମଧ୍ୟରେ ଉପରୋକ୍ତ ତିନୋଟି ନୀତି ଅଧୀନରେ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିବା ନିୟମ ରହିଥିଲା । ନିର୍ଦ୍ଧାରିତ ୬ ମାସ/୧୨ ମାସ ଅବଧି ପରେ ଆବେଦନ ଜନିତ ବିଳମ୍ବ ପାଇଁ କ୍ଷମା କରିବାର କୌଣସି ପ୍ରାବଧାନ ନଥିବା ହେତୁ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନକୁଡ଼ିକୁ ଖାରଜ କରି ଦିଆଯାଉଥିଲା ।
ଏବେ ଏହି ନୀତିର ସଂଶୋଧନ ଫଳରେ ଏହି ନିର୍ଦ୍ଧାତିତ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯାଇଛି । ଦ୍ୱିତୀୟରେ ଏହି ୨ ବର୍ଷ ପରେ ମଧ୍ୟ କ୍ଷମା କରିବାର ସୁଯୋଗ ଯୋଡ଼ା ଯାଇଛି । ଏତଦ୍ବ୍ୟତୀତ ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନ ବିଳମ୍ବ ପାଇଁ ଖାରଜ କରାଯାଇଥିଲା ସେମାନଙ୍କ ନିମନ୍ତେ ଥରକ ପାଇଁ କୋହଳ ନୀତି ଅବଲମ୍ବନ କରି ଏହି ସମୟ ଅବଧିକୁ ୨୦୨୩ ମସିହା ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଫଳରେ ସେମାନେ ଏହି ଆର୍ôଥକ ପ୍ରୋତ୍ସାହନ ପାଇବା ପାଇଁ ନୂତନ ଭାବେ ଆବେଦନ କରି ପାରିବେ ।