ଭଦ୍ରକ- ଆସନ୍ତା ୧୮ ତାରିଖରୁ ଭଦ୍ରକ ଠାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଏବଂ ୨୩ ତାରିଖରୁ ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ଓ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବାକୁ ଯାଉଛି। ଏଥି ନିମନ୍ତେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଅଧ୍ଯକ୍ଷତା କରୁଥିବା ଶ୍ରୀଯୁକ୍ତ ମିଶ୍ର ଉତ୍ସବ ସµର୍କରେ ସୂଚନା ଦେଇ କହିଥିଲେ କି ସୌଭାଗ୍ୟ ବଶତଃ ଏହି ଯୁବ ମହୋତ୍ସବ ୨୫ ବର୍ଷରେ ପଡ଼ିଥିବାରୁ ଯୁବ ମହୋତ୍ସବର ଏହା ଏକ ପ୍ରକାର ରୌପ୍ୟ ଜୟନ୍ତୀ ଉତ୍ସବ। ଏହାକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯିବ। ୧୮ ତାରିଖଏହାର ଉଦ୍ଘାଟନୀ ସମାରୋହ କରଯିବ। େଯଉଁଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କୁ ନିମନ୍ରଣ କରାଯିବ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଅନୁରୂପ ଭାବେ ୨୧ ତାରିଖରେ ଉଦ୍ଯାପନୀ ସମାରୋହ କରାଯିବା ସହିତ ଏହି ଦିନ କୃତି ପ୍ରତିେଯାଗୀଙ୍କୁ ପ୍ରମାଣପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯିବ। ଏହି ଯୁବ ମହୋତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ପ୍ରାୟ ୧୬ଶହ ପ୍ରତିେଯାଗୀ ଅଂଶ ଗ୍ରହଣ କରିବେ। ସେମାନଙ୍କ ରହିବା, ପ୍ରତିେଯାଗିତା ସ୍ଥଳକୁ ଯାତାୟତ କରିବାର ସୁବନ୍ଦୋବସ୍ତ କରାଯାଇଛି। ଶହୀଦ୍ ସ୍ମୃତି ଭବନ (ଟାଉନ ହଲ) ଠାରେ ଏକକ ଅଭିନୟ ପ୍ରତିେଯାଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ନେହେରୁ ଷ୍ଟାଡ଼ିୟମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲ୍ଲା ସଂସ୍କୃତି ଭବନରେ ଅନ୍ୟାନ୍ୟ ପ୍ରତିେଯାଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସୂଚାରୂ ରୂପେ ସµନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିଛି ବୋଲି ଶ୍ରୀଯୁକ୍ତ ମିଶ୍ର ସୂଚନା ଦେବା ସହ ଏଥିରେ ଗଣମାଧ୍ଯମର ସହେଯାଗ କାମନା କରିଥିଲେ। ଏହା ସହିତ ୨୩ ତାରିଖ ଠାରୁ ନେହେରୁ ଷ୍ଟାଡିୟମରେ ଜିଲ୍ଲା ମହୋତ୍ସବ ‘ଭଦ୍ରାୟଣୀ’ ଓ ପଲ୍ଳିଶ୍ରୀ ମେଳା ଅନୁଷ୍ଠିତ ହେବ। ଏଥିରେ ୨୪୦ଟି ଷ୍ଟଲ, ରାଜ୍ୟର ସରକାରୀ ସ୍ବୀକୃତିପ୍ରାପ୍ତ ୭ଟି ସାସ୍କୃତିକ ଦଳ ସହିତ ବାହାର ରାଜ୍ୟରୁ ମଧ୍ଯ ସାଂସ୍କୃତିକ ଦଳ ଅଣାଯାଇ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ ପାଇଁ ପରିବେଷଣ କରାଯିବ। ନେହେରୁ ଷ୍ଟାଡିୟମ ଠାରେ ଗାଡିଗୁଡିକର ପାର୍କିଂ ପାଇଁ ସୁବନ୍ଦୋବସ୍ତ କରାଯାଉଛି। ଏହା ବ୍ୟତୀତ ଏହି ମେଳାକୁ ଉପଭୋଗ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟ ଦର୍ଶକ କିଭଳି ଉତ୍ସବ ସ୍ଥଳକୁ ଆସିବେ ସେଥିଲାଗି ଜିଲ୍ଳା ପ୍ରଶାସନ ଯତ୍ନଶୀଳ ଅଛି ବୋଲି ସୂଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିଦ୍ର୍ଧେଶକ ରାଜେନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଝର କାର୍ିକ ମଣ୍ଡଳ, ଜିଲ୍ଲା କ୍ରୀଡା ଅଧିକାରୀ ମନୋଜ ଦାସ, ଜିଲ୍ଲା ସୂଚନା ଓ ଲୋକ ସµର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ଗୋଲଖ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Related Stories
December 28, 2024