ଓଡ଼ିଶା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଏକ ଗଣ ଆନ୍ଦୋଳନ କରାଯାଇଥିଲା । ପୂରୀ ଝାଡେଶ୍ୱରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶହ ଶହ କର୍ମୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ନେତୃତ୍ୱରେ ଆସି ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପହଞ୍ଚି ଥିଲେ।ସେଠାରେ ଅନୁଷ୍ଠିତ ସଭା ରେ ସରକାର ଙ୍କ ବିରୁଦ୍ଧରେ ନେତା ମାନେ ନିଜର ବକ୍ତବ୍ୟ ରଖିଥିଲେ ।ନବ ଦାସଙ୍କ ହତ୍ୟା ରାଜ୍ୟ ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ର ସୂଚନା ଦିଏ ବୋଲି ନେତାମାନେ ନିଜର ବକ୍ତବ୍ୟ ରଖିଥିଲେ ।ରାଜ୍ୟ ରେ ବିଗତ ଦିନରେ ଘଟିଯାଇଥିବା ହତ୍ୟାକାଣ୍ଡ ଓ ତାହାର ତଦନ୍ତ ରେ ବିଫଳ ହେବା ଓ ଦୋଷୀଙ୍କୁ ଧରିନପରିବା ସରକାର ଙ୍କ ବିଫଳତା ର ପ୍ରମାଣ ଦିଏ ବୋଲି ନେତାମାନେ ନିଜର ବକ୍ତବ୍ୟ ରଖିଥିଲେ ।ଏହି ଆନ୍ଦୋଳନ ରେ ପ୍ରଭାତୀ ପରିଡ଼ା,ଜ୍ୟୋତି ମହାପାତ୍ର,ପ୍ରଭଞ୍ଜନ ମହାପାତ୍ର,ପ୍ରିତମ ପଟ୍ଟନାୟକ,ସୁଶାନ୍ତ ବିଶ୍ଵାଳ,ବାଇଧର ମଲ୍ଲିକ,ରବି ମଲ୍ଲିକ,ଦିଗଦର୍ଶନ ପଟ୍ଟନାୟକ, ଉମାକାନ୍ତ ନାୟକ, ସୌମ୍ୟ ମିଶ୍ର, ରଞ୍ଜିତା ପାଢ଼ି ପ୍ରମୁଖ ବିକ୍ଷୋଭ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ।
Related Stories
November 25, 2024