
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ
ଶ୍ରୀକ୍ଷେତ୍ରର ମୁଖଶାଳା ପୁରୀ ବସଷ୍ଟାଣ୍ଡ ପରିସରରେ ଅତିଥି ଦେବ ଭଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀକ୍ଷେତ୍ରକୁ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଘରକୁ ଫେରିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇକରି ଫେରିଛନ୍ତି। ଅତିଥି ମାନେ କିପରି ଭଲରେ ଆସି ପୁରୀ ବସଷ୍ଟାଣ୍ଡରେ ପାଦ ଦେବେ ଓ କିପରି ଫେରିବା ବେଳେ ଏକ ସକାରାତ୍ମକ ଭାବନା ନେଇ ଫେରିବେ ଏହା ପାଇଁ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ – ଆଟା ତରଫରୁ ସବୁବେଳେ କୌଣସି ନା କୌଣସି ପଦକ୍ଷେପ ଗ୍ରହଣ କରାଯାଇଥାଏ। ଯାତ୍ରୀମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ କାଠ, ରଥ ଦଉଡି, ନିର୍ମାଲ୍ୟ ତୁଳସୀ,ନୀଳଚକ୍ର ବାନା, ଶରଧା ବାଲି ଓ ଫୋଟ ପ୍ରଦାନ କରି ଅତିଥ୍ୟତା ପ୍ରଦାନ କରାଯାଇଥିଲା। ସୁଦୂର ଦିଲ୍ଲୀରୁ ପରିବାର ସହିତ ଶ୍ରୀକ୍ଷେତ୍ର ଆସିଥିବା ଜନୈକ ଯାତ୍ରୀ ସୁରେନ୍ଦ୍ର କୁହନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମିଳିଗଲା ଓ ସେଥିପାଇଁ ସେ ପୁରିବାସୀଙ୍କୁ ଆତିଥୟତା ପାଇଁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ଜଗତସିଂହପୁରରୁ ଆସିଥିବା ପ୍ରକାଶ କୁମାର ସାହୁ କୁହନ୍ତି ଆଜି ଏଭଳି ଆଶୀର୍ବାଦ ଭାଗ୍ୟରେ ଥିଲେ ମିଳେ,ଆଜି ଆମର ସୌଭାଗ ଅଟେ,ଏହି ସବୁ ଜିନିଷ ଆମେ ଠାକୁର ଘରେ ରଖିକି ପୂଜା କରିବୁ। ଅନ୍ୟ ଅତିଥିମାନେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ପରିବାର ସହିତ ଖୁସିରେ ଫେରିଛନ୍ତି। ଏହି କାର୍ଯ୍ୟକ୍ରମରେ ବସ ମାଲିକ ସଂଘ,କର୍ମଚାରୀ ସଂଘ ଓ ସାମାଜିକ କର୍ମୀ ବ୍ରଜ କିଶୋର ସାହୁ ସାମିଲ ହୋଇ ଅତିଥିମାନଙ୍କୁ ଜଗନ୍ନାଥଙ୍କ ଉପରେ ସଂକ୍ଷିପ୍ତରେ ବୁଝାଇଥିଲେ | ଏହାକୁ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ – ଆଟାର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।