
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭିନ୍ନକ୍ଷମତା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଦକ୍ଷିଣ ଆଫ୍ରିକା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର (ଏମଓୟୁ) କୁ ମଞ୍ଜୁରି ପ୍ରଦାନ କରିଛି।
ଦ୍ୱିପାକ୍ଷିକ ବୁଝାମଣାପତ୍ର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାର ଏବଂ ଦକ୍ଷିଣ ଆଫ୍ରିକା ସରକାରଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ। ଏହା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ, ପାରସ୍ପରିକ ସହମତି ଅନୁଯାୟୀ, ବୁଝାମଣାପତ୍ରର ବୈଧତା ଅବଧି ମଧ୍ୟରେ କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରାଯିବ।
ଏହା ବିଚାର କରାଯାଉଛି କରିଛି ଯେ ଉଭୟ ଦେଶରେ ବୃହତ ବୟୋଜ୍ୟେଷ୍ଠ ଜନସଂଖ୍ୟା ତଥା ଭିନ୍ନକ୍ଷମମାନେ (ପିଡବ୍ଲୁଡି) ଯେଉଁମାନେ ଆଧୁନିକ, ବୈଜ୍ଞାନିକ, ସ୍ଥାୟୀ, ବ୍ୟୟବହୁଳ ସହାୟତା ଏବଂ ସହାୟକ ଉପକରଣ ଆବଶ୍ୟକ କରନ୍ତି ସେମାନେ ଏହି ଏମଓୟୁ ଦ୍ୱାରା ଉପକୃତ ହେବେ।
ଏକ ଶତାବ୍ଦୀ ପୂର୍ବରୁ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ସତ୍ୟଗ୍ରାହ ଆନ୍ଦୋଳନ ଆରମ୍ଭ କରିବା ଦିନଠାରୁ ସ୍ୱାଧୀନତା ଏବଂ ନ୍ୟାୟ ପାଇଁ ସଂଗ୍ରାମ ପରିପ୍ରେକ୍ଷୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଦୀର୍ଘ ଐତିହାସିକ ସମ୍ପର୍କ ରହିଛି। ଆଣ୍ଟି-ଆପାରଥିଏଡ୍ ଆନ୍ଦୋଳନକୁ ସମର୍ଥନ କରିବାରେ ଭାରତ ମଧ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅଗ୍ରଭାଗରେ ଥିଲା। ସ୍ବାଧୀନତା ପରେ, ଦକ୍ଷିଣ ଆଫ୍ରିକା ସହିତ କୂଟନୈତିକ ସମ୍ପର୍କ 1993 ରେ ପୁନଃସ୍ଥାପିତ ହେଲା ଏବଂ ତାପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମାର୍ଚ୍ଚ 1997 ରେ ଏକ କୌଶଳଗତ ଭାଗିଦାରୀ ପ୍ରତିଷ୍ଠା କଲେ। ପରବର୍ତ୍ତୀ ସମୟରେ, ଦକ୍ଷିଣ ଆଫ୍ରିକା ସହିତ ଆମର ଦ୍ୱିପାକ୍ଷିକ ତଥା ବ୍ରିକ୍ସ, ଆଇବିଏସଏ ଏବଂ ଅନ୍ୟାନ୍ୟ ଫୋରମ୍ ମାଧ୍ୟମରେ ଆମର ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀକରଣ କରାଯାଇଛି। ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗ, ପ୍ରତିରକ୍ଷା, ସଂସ୍କୃତି, ସ୍ବାସ୍ଥ୍ୟ, ମାନବ ବସତି, ସାଧାରଣ ପ୍ରଶାସନ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତିନାମା ହୋଇଛି। ମାନବ ସମ୍ବଳର ବିକାଶରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ (ଆଇଟିଇସି) ଏକ ଉପଯୋଗୀ ମାଧ୍ୟମ। କୋଭିଡ୍19 ମହାମାରୀର ମୁକାବିଲା ତଥା ଅନ୍ୟ ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉଲ୍ଲେଖନୀୟ ଅଟେ। ଅନ୍ୟାନ୍ୟ ମନ୍ତ୍ରଣାଳୟ / ବିଭାଗ ମଧ୍ୟ ସେମାନଙ୍କ ସମ୍ପୃକ୍ତ କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ / ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଯାହା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସୂଚୀତ କରିଥାଏ