ଭଦ୍ରକ- ପ୍ରଚଳିତ ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଜିଲାସ୍ତରରୁ ସଂପାଦନ, ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ନଗୁଆଁ ପାକ୍ସରେ ବକେୟା ଥିବା ୨୭ ଜଣ ଚାଷୀଙ୍କ ପାଉଣା ପ୍ରଦାନ, ବୁଲ୍ ବୁଲ୍ ବାତ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସଠିକ୍ ଆକଳନ ପୂର୍ବକ ଉପଯୁକ୍ତ ଚାଷୀକୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ, ଚାଷୀ ଇନ୍ସୁ୍ୟରାନ୍ସକୁ କଂପାନୀମାନେ ଆକଳନ କରୁନଥିବାରୁ କୃଷକ ସଂଗଠନ ସହିତ ଆଲୋଚନା ପୂର୍ବକ ସେ ଦିଗରେ ନୀତି ନିଦ୍ର୍ଧାରିତ, କେନାଲ, କାଡାନାଳ ଓ ଡ୍ରେନେଜ୍ ବ୍ୟବସ୍ଥାରେ ଠିକାଦାର ଓ ପ୍ରତିପି ସଂପନ୍ନ ପାଣି ପଂଚାୟତକୁ କବଳିତ କରିଥିବା ବ୍ୟକ୍ତିମାନଙ୍କ କବଳରୁ ମୁକ୍ତ କରିବା, ଆଳିକ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ଏବଂ ଜିଲାସ୍ତରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାନଙ୍କରେ ଧାନକ୍ରୟ ଓ ଚାଷୀଋଣକୁ କେନ୍ଦ୍ର କରି ହୋଇଥିବା ଅନିୟମିତତାର ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ, କାଳିଆ େଯାଜନା କେଉଁ ଆଧାରରେ ଏବଂ କେଉଁ କାର୍ଯ୍ୟାଳୟର ତାଲିକା ଅନୁକ୍ରମରେ ପ୍ରସ୍ତୁତ, ତାହା ନୋଟିଫିକେଶନ ଆକାରରେ ପ୍ରକାଶ କରି େଯଉଁ ଚାଷୀମାନେ ସାମିଲ ହୋଇନାହାଁନ୍ତି, ସେମାନଙ୍କୁ ସାମିଲ କରିବା ଏବଂ ଏହାର ପାହ୍ୟା ବୃଦ୍ଧି ସ୍ବରୂପ କୃଷକ-ପେନସନ କରାଯିବାର ବନ୍ଦୋବସ୍ତ, ଗତ ଫନି, ତିତ୍ଲି ବାତ୍ୟା ଏବଂ ବର୍ଷା ଜନିତ କ୍ଷୟକ୍ଷତିର ସଠ୍କି ଆକଳନ ସହ କ୍ଷତିପୂରଣ ପ୍ରଦାନ ଏବଂ ଧାନବିଷ ପାଇଁ ଆସୁଥିବା ଟଙ୍କାକୁ ବିଭିନ୍ନ ଭାବେ ହଡପ କରାଯାଉଥିବାରୁ ତାହାର ତଦନ୍ତ କରାଯିବା ଭଳି ୮ ଦଫା ଦାବି ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଜିଲା ଶାଖାର ସଂେଯାଜକ ତ୍ରିଲୋଚନ ପଣ୍ଡା, ଜିଲା ସହ ସଂପାଦକ ସତ୍ୟରଂଜନ ନାୟକ, ସନ୍ତୋଷ ଭାରତୀ, ବିଭୁନନ୍ଦ ଜେନାଙ୍କ ନେତୃତ୍ବରେ ଶତାଧିକ ଚାଷୀ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭାରେ େଯାଗଦେଇଥିଲେ। ଏବଂ ସେମାନେ ମୁଖ୍ୟମନ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଦେଇଥିବା ଦାବିପତ୍ର ମୂଳେ ଓଡ଼ିଶାର କୃଷକମାନଙ୍କ ସମସ୍ୟା ପ୍ରତି ମୁଖ୍ୟମନ୍ରୀ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି। ଲଗାତର ଭାବେ ୩ ବର୍ଷ ଧରି କୃଷକ ମାନଙ୍କ ସମସ୍ୟା ପାଇଁ ସେ ଭାରତ ସରକାରଙ୍କ ଠାରୁ କୃଷି କର୍ମଣ ପୁରସ୍କାର ଲାଭ କରିଛନ୍ତି। ମାତ୍ର କାର୍ଯ୍ୟତଃ ସରକାରୀ ସ୍ତରରେ କାର୍ଯ୍ୟ ନିର୍ବାହ କରିବାରେ ଅଧିକାରୀମାନଙ୍କ ଅବହେଳା କିମ୍ବା ତରବରିଆ େଯାଜନା ଆରମ୍ଭ ତୃଣମୂଳ ସ୍ତରରେ ଚାଷୀମାନଙ୍କୁ ସୁଫଳ ଦେଇପାରିନାହó। ଅଭିେଯାଗ କଲେ ମଧ୍ଯ ସମାଧାନ ତ ଦୂରର କଥା ସରକାରୀ କଳ ପ୍ରକାରନ୍ତାରେ ବିଫଳ ହେଉଛି। ଏଣୁ ଏ ଦିଗରେ ତୁରନ୍ତ ଆଶୁ ସମାଧାନ ନକଲେ ଭଦ୍ରକ ଜିଲାର ଚାଷୀମାନେ ବାଧ୍ଯହୋଇ ନବୀନ ନିବାସ ଠାରେ ଅନଶନରେ ବସିବାକୁ ବାଧ୍ଯ ହେବେ ବୋଲି ଏହି ଦାବିପତ୍ରରେ ଚେନାବନୀ ଦିଆଯାଇଛି।