ମାଲକାନଗିରି,ମାଲକାନଗିରି ସଦର ମହକୁମା ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନବିଂଶ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମହାରଣା ସଭାପତିତ୍ୱ କରିଥିବା ବେଳେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କ ପଞ୍ଚ ଲକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଧନେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନେକେ ସଦୁପଦେଶ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର ,ସି. ଆର. ସି .ସି ବିନୋଦବିହାରୀ ଦାସ ,ଡି. ସି .ପି .ଓ ନାରାୟଣ ଚନ୍ଦ୍ର ଦାସ ,କାଉନସିଲର ଜ୍ୟୋସ୍ନା ପଲେଇ, ଏସ .ଏମ .ସି ସଭାପତି ଜ୍ୟୋସ୍ନା ସରକାର,ବିଦ୍ୟାଳୟର ପୁରାତନ ଛାତ୍ର ସରୋଜ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ପରିଶେଷରେ ଶିକ୍ଷୟିତ୍ରୀ ଅଙ୍ଗୁରବାଳl ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ,ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଓ ବାଲ୍ୟ ବିବାହ, ନିଶା ନିବାରଣ ,ପରିବେଶ ପ୍ରଦୂଷଣ ଆଧାରିତ ସଚେତନତା ମୂଳକ ନାଟକ ପରିବେଷଣ କରାଯାଇଥିଲା ଯାହାକି ଉପସ୍ଥିତ ଅଭିଭାବକ ଓ ଗ୍ରାମବାସୀ ଙ୍କ ମନ କିଣିନେଇଥିଲା ।ବିଦ୍ୟାଳୟ ର ସମସ୍ତ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ସକ୍ରିୟ ଅଂଶ ଗ୍ରହଣ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Related Stories
November 1, 2024