
ସମ୍ବଲପୁର , ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି, ସରକାର ଉତକ୍ଷିପ୍ତ ଅଛନ୍ତି । ତେଣୁ ବିଜେଡି ଗୁଣ୍ଡା ମୋତେ ହତ୍ୟା ପାଇଁ ଆସିଥିଲେ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ଯାଇଥିଲେ’ ମୋତେ ହତ୍ୟା କରିବାକୁ ସେମାନେ ଆସିଥିଲେ । ସେ କହିଛନ୍ତି ଯେ ମୋତେ ରାସ୍ତାରୁ ହଟାଇବାକୁ ବିଜେଡି, ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି । ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ନବ ହତ୍ୟାର ସରକାରୀ ଷଡ଼ଯନ୍ତ୍ରକୁ ପଦାରେ ପକାଇବାରୁ ଏଭଳି ଚକ୍ରାନ୍ତ କରାଯାଉଛି ବୋଲି ସେ କହିଛନ୍ତି ।