ଭୁବନେଶ୍ୱର – ଜନଜାତି ସମାଜରେ ଥିବା ଲୁକାୟିତ ପ୍ରତିଭାକୁ ଚିହ୍ନଟ କରି ଆଗକୁ ବଢେ଼ଇବା ପାଇଁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରାଦେଶିକ ଜନଜାତି କ୍ରୀଡ଼ା ୨୦୧୯ ଭୁବନେଶ୍ୱର ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଡିସେମ୍ବର ୭ ଓ ୮ ତାରିଖ ଦୁଇଦିନ ଧରି ଚାଲିବ । ଏଥିରେ ୨୨ଟି ଜିଲ୍ଲାରୁ ପ୍ରାୟ ୪୦୦ ପ୍ରତିଯୋଗୀ(ଉଭୟ ପୁଅ ଓ ଝିଅ) ଭାଗ ନେବେ । ଏଠାରେ ତୀରନ୍ଦାଜୀ ଏବଂ କବାଡ଼ି ପ୍ରତିଯୋଗିତା ପ୍ରତ୍ୟେକ(ସବ୍ ଜୁନିୟର ପୁଅ ଓ ଝିଅ ଏବଂ ଜୁନିୟର ପୁଅ ଝିଅ) ମୋଟ ୮ଟି ଗୋÂି ହେବ । ଏହି କ୍ରୀଡ଼ା ପ୍ରତିଯୋଗୀତା ୭ ତାରିଖ ସନ୍ଧ୍ୟା ୬.୦୦ଟାରେ ଉଦଘାଟିତ ହେବ ଏବଂ ୮ ତାରିଖ ଅପରାହ୍ନ ୪.୦୦ ରେ ସମାପନ ହେବ । ଏହି ପ୍ରତିଯୋଗୀତାରୁ ଚୟନିତ ଖେଳାଳୀ ଆସନ୍ତା ଡିସେମ୍ବର ୨୬ ତାରିଖରୁ କାନପୁର ଠାରେ ଅନୁÂିତ ଅଖିଳ ଭାରତୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗୀତାରେ ଭାଗନେବେ । ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଯୋଗୀତାରୁ ବହୁ ପ୍ରତିଭା ଚୟନିତ ହୋଇ ସାଇ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଛନ୍ତି । ଜନଜାତି ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥôକ ବିକାଶ, କ୍ରୀଡ଼ା ବିକାଶ, ସାଂସ୍କୃତିକ ସୁରକ୍ଷା, ଅଧିକାର ସୁରକ୍ଷା ଆଦି ସର୍ବାଙ୍ଗୀନ ବିକାଶରେ ୬୭ବର୍ଷ ଧରି ପ୍ରୟାସରତ, ବନବାସୀ କଲ୍ୟାଣ ଆଶ୍ରମର ଏହି କାର୍ଯ୍ୟରେ ସହଭାଗୀ ହେବାପାଇଁ ସମସ୍ତଙ୍କୁ ପ୍ରାଦେଶିକ କାର୍ଯ୍ୟକାରୀ ସଭାପତି ଇଂ. ଜଗଦୀଶ ପ୍ରସାଦ ମିଶ୍ର ପ୍ରେସ ବାର୍ତାରେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ତଥା ମହାନଗର ସଭାପତି ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକଙ୍କ ସଂଯୋଜନାରେ ଉକ୍ରଳ ସାମ୍ବାଦିକ ସଙ୍ଘ ଭବନ ଠାରେ ଆୟୋଜିତ ପ୍ରେସ ବାର୍ତାରେ ପ୍ରାଦେଶିକ ସଂଗଠନ ସମ୍ପାଦକ ଶ୍ରୀ ବିଶ୍ୱାମିତ୍ର ମହାନ୍ତ ରାଜ୍ୟ ସାଧାରଣ ସମ୍ପାଦକ ଡା. ଲକ୍ଷ୍ମୀକାନ୍ତ ଦାଶ ତଥା ଆୟୋଜନ ସମିତିର ଚନ୍ଦ୍ରକାନ୍ତ ନାଥ, ବୀରେନ୍ଦ୍ର ବେତାଲା, ସୁରେନ୍ଦ୍ର ଜେନା ପ୍ରଭୃତି ଉପସ୍ଥିତ ଥିଲେ ।