ଚମ୍ପୁଆ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଗ୍ରାମ ଚାଉଳ ରୁ ବଞ୍ଚିତ କରାଯାଇ ଗରିବଙ୍କ ପେଟରେ ଲାତ ମରାଯାଉଛି l ଏହି ଗରିବ କଲ୍ୟାଣ ଯୋଜନାରେ ଆସୁଥିବା ଚାଉଳ ଦ୍ୱାରା ଅନେକ ଗରିବ ଲୋକ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉଥିବାବେଳେ କେନ୍ଦ୍ର ସରକାର ଏହାକୁ କାଟ ଛାଣ୍ଟ କରିବାରୁ ଏହାର ପ୍ରତିବାଦରେ ଆଜି ଚମ୍ପୁଆ ବିଜେଡି ପକ୍ଷରୁ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଚମ୍ପୁଆ ଏନ ଏ ସି କାର୍ଯ୍ୟାଳୟ ଓ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି l ବିଜେଡି କର୍ମି ମାନଙ୍କ ଚମ୍ପୁଆ ବଜାରରୁ ଏକ ରାଲି ବାହାରି ଚମ୍ପୁଆ ଏନଏସି କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରଥମେ ଏନଏସି ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରିବା ପରେ ବ୍ଲକ କାର୍ଯ୍ୟାଳୟ କୁ ଯାଇ ବି ଡି ଓ ଙ୍କୁ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବ୍ଲକ ଚେୟାରମ୍ୟାନ ସୁରେଶ କୁମାର ନାଏକ, ଚମ୍ପୁଆର ୧୩ ନମ୍ବର ଜୋନ ଜିଲ୍ଲା ପରିଷଦ ଉଦୟ କୁମାର ନାଏକ, ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରଦୀପ ପ୍ରଧାନ, ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ରମଣୀ ନାଏକ, ସଂଖ୍ୟାଲଘୁ ସେଲ ଜିଲ୍ଲା ସଭାପତି ନେସାର ହାୟତ ପ୍ରମୁଖ ସାମିଲ ହୋଇଥିଲେ l
Related Stories
November 1, 2024