ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଏକ ସହଭାଗିତାର ଶୁଭାରମ୍ଭ ଅବସରରେ ଆୟୋଜିତ ଏଭ ଭିଡିଓ କଲ୍ରେ5 ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍, ଏମେରିଟସ ଓ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ରତନ ଟାଟା, ଟାଟା ସନ୍ସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ୍, ଏୟାର ଇଣ୍ଡିଆ ସିଇଓ ଶ୍ରୀ କ୍ୟାମ୍ପବେଲ ୱିଲସନ, ଏବଂ ଏୟାରବସ୍ର ସିଇଓ ଶ୍ରୀ ଗୁଇଲାଉାମେ ଫୌରୀଙ୍କ ସହିତ ଅଂଶଗ୍ରହଣ କରିଛନ୍ତି ।
ଏୟାର ଇଣ୍ଡିଆ ଏବଂ ଏୟାରବସ୍ ଏୟାର ଇଣ୍ଡିଆକୁ ୨୫୦ ବିମାନ, ୨୧୦ ସିଙ୍ଗଲ୍ ଆଇସଲ୍ ଏ୩୨୦ନିଓସ ଏବଂ ୪୦ ୱାଇଡ୍ବ ଡି ଏ୩୫୦ଏସ୍ ଯୋଗାଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।
ବିମାନ ଚଳାଚଳ କ୍ଷେତ୍ରର ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ବାଣିଜ୍ୟିକ ସହଭାଗୀତା ମଧ୍ୟ ଭାରତ-ଫ୍ରାନ୍ସ ରଣନୀତିକ ସହଭାଗିତାର ଶକ୍ତି ପ୍ରଦର୍ଶନ କରେ, ଯାହାକି ଏହି ବର୍ଷ ଏହାର ୨୫ ତମ ବାର୍ଷିକୀ ପାଳନ କରୁଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତରେ ବେସାମରିକ ବିମାନ ଚଳାଚଳ ବଜାରର ଦ୍ରୁତ ବିସ୍ତାର ଏବଂ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି ଯାହା ଭାରତ ଏବଂ ବିଶ୍ୱ ମଧ୍ୟରେ ଅଧିକ ସଂଯୋଗ ସ୍ଥାପନ ପାଇଁ ପ୍ରେରଣା ଯୋଗାଇବ ଏବଂ ଏହା ଭାରତରେ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଉତ୍ସାହିତ କରିବ ।
ଭାରତରେ ଫରାସୀ କମ୍ପାନୀଗୁଡିକର ଦୃଢ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ବିମାନ ଇଞ୍ଜିନ୍ ର୍ନିମାତା ସାଫ୍ରନ ର ଉଭୟ ଭାରତୀୟ ତଥା ଆନ୍ତର୍ଜାତୀୟ ପରିବହନକାରୀଙ୍କ ପାଇଁ ବିମାନ ଇଞ୍ଜିନ ସେବା ଯୋଗାଇବା ପାଇଁ ଭାରତରେ ଏହାର ସର୍ବ ବୃହତ ଏମଆରଓ ସୁବିଧା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ମନେ ପକାଇଛନ୍ତି ।
ଭାରତ-ଫ୍ରାନ୍ସ ସମ୍ପର୍କକୁ ଆଗକୁ ନେବାରେ ଭାଗିଦାରୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଉତ୍ସାହିତ ଅଛନ୍ତି ।
