-
ପୁରୁଣା ଆରଓବି ର ବିଲୋପ ସହିତ କାର୍ଯ୍ୟ ତ୍ୱରାନ୍ୱିତ
-
ଆଜି ଟପ୍ ସ୍ଲାବ୍ ଅପସାରିତ ହୋଇଛି ।
ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି । ମେଂଚଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଅଛି ।
ପୁରୁଣା ଆରଓବିକୁ ଭାଙ୍ଗିବା ପାଇଁ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପରିଚାଳନା ପାଇଁ ଆଉ ଏକ ଆରଓବିନିର୍ମାଣ କରାଯାଇଛି । ରୋଡ୍ ଟ୍ରାଫିକ୍ କୁ ନୂତନ ଓଭର ବ୍ରିଜ ଦେଇ ମାର୍ଗ ପରିବର୍ତନ କରାଯାଇଅଛି । ରେଳବାଇ ମଧ୍ୟ ଏହି କାର୍ଯ୍ୟକୁ ୩ ମାସ ପୂର୍ବରୁ ଭାଙ୍ଗିବାକୁ ଯୋଜନା କରିଥିଲା । ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଏହି କାମକୁ ସାମାନ୍ୟ ବିଳମ୍ବ କରାଯାଇଥିଲା ।
ସର୍ବନିମ୍ନ ସମୟ ମଧ୍ୟରେ ବହୁ ବିଳମ୍ବିତ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ରେଳବାଇ ଯୋଜନା କରିଛି । ଏହି ସ୍ଥାନରେ ଗଢି ଉଠିଥିବା ବସ୍ତି ହଟାଇବା, ନୂତନ ଆରଓବିନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଏହି କାର୍ଯ୍ୟକୁ ପୂର୍ବରୁ ବିଳମ୍ବ କରିଥିଲା । ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ ହେବା ପରେ ବ୍ୟସ୍ତବହୁଳ ବାରଙ୍ଗ-ଖୋର୍ଦ୍ଧା ରୋଡ ରେଳ ସେକ୍ସନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ପାରିବ ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ସଫଳତା ପାଇଁ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।