ଭୁବନେଶ୍ୱର, ବିଜେପି କୃଷକ ମୋର୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ନବ ଦାସ ଙ୍କ ହତ୍ୟାକାଣ୍ଡର ତଦନ୍ତକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ ଦୋହରାଇଛନ୍ତି ଯେ ଏହି ହତ୍ୟା ପଛରେ ବଡ଼ ରହସ୍ୟ ରହିଛି । ମୁଁ ଆଗରୁ ବି କହିଛି ନବୀନ ଙ୍କ ଆ୍ୱର୍ତମାନ ରେ ଯେଉଁମାନେ କ୍ଷମତା ରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି । ତଦନ୍ତ କରୁଥିବା କ୍ରାଇମବ୍ରାଂଚ ର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ର କାରୀ ଙ୍କୁ ସୁରକ୍ଷା ଦେଉଛନ୍ତି ।
ଗୋପାଳ କୁ ଗାନ୍ଧି ନଗର ରୁ ଅଣାଯିବା ବେଳେ ପିନ୍ଧା ଯାଇଥିବା ଟି ସାର୍ଟ କୁ ନେଇ ବି ସେ ପ୍ରଶ୍ନ ଉଠାଇଛନ୍ତି । କାହିଁକି ଗୋପାଳକୁ କ୍ରାଇମବ୍ରାଂଚ ଏପରି ଟି ସାର୍ଟ ପିନ୍ଧାଇଲା । ମୋଟିଭ କୁ ଖୁଲାସା ନ କରି ଏଭଳି ଟି ସାର୍ଟ ପିନ୍ଧାଇ କ୍ରାଇମବ୍ରାଂଚ କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।