
ନୂଆଦିଲ୍ଲୀ, ଦେଶର ଶିକ୍ଷା ଜଗତ, ବୈଜ୍ଞାନିକ ସମୁଦାୟ ଓ ଶିଳ୍ପ ଜଗତକୁ ନିଜ ଆତ୍ମନିର୍ଭରଶୀଳତା ପ୍ରୟାସରେ ସହଯୋଗ ଓ ଭାଗିଦାରୀ ପାଇଁ ଭାରତୀୟ ବାୟୁ ସେନା ଆମନ୍ତ୍ରଣ ଜଣାଇଛି । ଏରୋ ଇଣ୍ଡିଆ ୨୦୨୩ ପୂର୍ବ ସନ୍ଧ୍ୟାରେ ୩୧ ଆଗ୍ରହ ଅଭିବ୍ୟକ୍ତି ଆହ୍ୱାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଏହା ଭଲ ସୁଯୋଗ ବୋଲି କହିଛନ୍ତି ।
ଭାରତୀୟ ବାୟୁ ସେନାର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଆତ୍ମନିର୍ଭରତା ମିଶନରେ ମହତ୍ୱପୂର୍ଣ୍ଣ ଭାଗିଦାର ହେବା ପାଇଁ ଭଲ ସୁଯୋଗ ଏବଂ ତାହା ପୁଣି ପ୍ରତିରକ୍ଷା କ୍ଷେତ୍ରରେ, ଯାହା ଆମ ଦେଶକୁ ସର୍ବଦା ଗୌରବାନ୍ୱିତ କରିଆସିଛି ।”