କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଜଣେ ପୋଲିସ ବାବୁ ପୋଲିସ ଜାଲରେ ଫସିବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି । ଏହି ପୋଲିସ ବାବୁ ଜଣକ ହେଉଛନ୍ତି ବିଶ୍ୱନାଥ ମହାନ୍ତ । ବିଶ୍ୱନାଥ ଏବେ ବି ପୋଲିସ ବିଭାଗରେ କାର୍ଯ୍ୟରତ ରହିଛନ୍ତି । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବିଶ୍ୱନାଥଙ୍କ ନିଜ ଘର ସହ ଚାରୋଟି ସ୍ଥାନରେ ଚଢାୁ କରାଯାଇଥିବା ଜଣା ପଡିଛି । ଆଜି ଗୁରୁବାର ଦିନ ସକାଳେ ବିଶ୍ୱନାଥଙ୍କ ସହର ମଧ୍ୟରେ ରହିଥିବା ଅରୋ ବିହାରସ୍ଥିତ ବାସଭବନ ରେ ଏହି ଭିଜିଲାନ୍ସ ଚଢାଉ କରାଯାଇଛି । ଏହା ସହ ବିଶ୍ୱନାଥଙ୍କ ଜିଲ୍ଲାର ପାଟଣା ଥାନା ଅଞ୍ଝଳରେ ଥିବା ବରଟୁନିଆସ୍ଥିତ ପୈତୃକ ବାସଭବନ, ରେଙ୍ଗାଳବେଡା ସ୍ଥିତ ଶ୍ୱଶୁର ଘର, କାର୍ଯ୍ୟରତ ଅଫିସ ଆଦି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତଦନ୍ତ ଚାଲିଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମିଳିଥିବା ସଂପତିର ଆକଳନ ଚାଲି ଥିବାରୁ ଆୟବର୍ହିଭୁତ ର ନିର୍ଦ୍ଧିଷ୍ଟ ପରିମାଣ ଜଣା ପଡି ନଥିଲେ ମଧ୍ୟ ଅଦ୍ୟାବଧି ଠାବ ହୋଇଥିବା ସଂପତିର ମୂଲ୍ୟ ପ୍ରାୟ ଅଶୀ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
Related Stories
December 26, 2024