
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଲୱାମା ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ଆମେ ଆଜି ସେହି ବୀର ନାୟକଙ୍କୁ ମନେ ପକାଉଛୁ, ଯେଉଁମାନଙ୍କୁ ଆମେ ପୁଲୱାମାରେ ହଜାଇ ଦେଇଥିଲୁ । ସେମାନଙ୍କର ବଳିଦାନକୁ ଆମେ କେବେ ଭୁଲିବା ନାହିଁ । ସେମାନଙ୍କର ଅଦମ୍ୟ ସାହାସ ଆମକୁ ଏକ ମଜବୁତ ଏବଂ ବିକଶିତ ଭାରତ ନିର୍ମାଣ କରିବାକୁ ପ୍ରେରିତ କରିଥାଏ ।