କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀ ଯୋଗ ବେଦାନ୍ତ ସେବା ସମିତି,ପୁରୀ ତରଫରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ କ୍ଷେତ୍ର ପୁରୀ ସ୍ଥିତ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ୧୩ ଫେବୃଆରୀ ୨୦୨୩ ସନ୍ଧ୍ୟା ୬-୯ ଘଟିକା ମଧ୍ୟରେ ସାମୁହିକ ମାତୃ ପିତୃ ପୂଜନ ଅନୁଷ୍ଠିତ ହେବ। ଈଶ୍ୱର ପ୍ରାପ୍ତି ର ପ୍ରକୃତ ମାଧ୍ୟମ ମାତା ଓ ପିତାଙ୍କ ପୂଜନ ଓ ତାଙ୍କ ସେବା। ମଣିଷ କୁ ଦିବ୍ୟ ଜ୍ଞାନ ଦେଇଥିବା ଈଶ୍ୱର ଙ୍କ ସାକାର ସ୍ୱରୂପ ହେଉଛନ୍ତି ମାତା ପିତା।
ସନାତନ ସଂସ୍କୃତି ର ଏହି ମହାନ ପରମ୍ପରା ର ଉଦ୍ଦେଶ୍ୟ ଯୁବ ପିଢୀ ମାନଙ୍କର ଚାରିତ୍ରିକ ବିକାଶ ତଥା ସଦାଚାର ର ପ୍ରଚାର ପ୍ରସାର ପୂର୍ବକ ପାଶ୍ଚାତ୍ୟ ସଭ୍ୟତାର ପ୍ରଚଳିତ କୁରୀତି ର ସଫଳ ପ୍ରତିକାର ହେବ ।
Related Stories
November 23, 2024
November 23, 2024
November 23, 2024