ଜୟପୁର, କୃଷକ, ଶ୍ରମିକ ଏବଂ ମଧ୍ୟବିତ୍ତ ପରିବାର ଉପରେ ବୋଝ ଉପରେ ନଳିତା ବିଡା ଭଳି କେନ୍ଦ୍ରୀୟ ବଜେଟ କରାଯାଇଥିବାରୁ ଏହାକୁ ବିରୋଧ କରିଛି କୋରାପୁଟ ଜିଲା ସିପିଆଇ । ଏନେଇ ଆଜି ସିପିଆଇର ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳଙ୍କ ନେତୃତ୍ଵରେ ଦଳୀୟ କର୍ମକର୍ତା ମାନେ ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ଦଳିୟ ବ୍ୟାନର, ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ ଜିଲାପାଳଙ୍କ କାଯ୍ୟାଳୟରେ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ରାଷ୍ଟ୍ରବାଦ ନାମରେ ଆଦାନୀର ଭ୍ରଷ୍ଟାଚାରକୁ ସଂରକ୍ଷଣ ଓ ଲାଳନପାଳନ ବନ୍ଦ କର । ଲକ୍ଷ ଲକ୍ଷ କୋଟି ଟଙ୍କାର ଘୋଟାଲାର ଜେ.ପି.ସି ଦ୍ଵାରା ତଦନ୍ତ କରାଯାଉ, ଏଲ.ଆଇ.ସି. ଓ ଷ୍ଟେଟ ବ୍ୟାଙ୍କର ଲକ୍ଷ ଲକ୍ଷ କୋଟି ଜନଗଣଙ୍କ ଅର୍ଥ ଆଦାନୀ ବ୍ୟବସାୟରେ ନିବେଶ ପାଇଁ ମୋଦୀ ସରକାର ଅନୁକମ୍ପା ଦେଖାଇଛନ୍ତି । ଏଲ.ଆଇ.ସି ଓ ଏସ.ବି.ଆଇ. ବଞ୍ଚାଅ ବୋଲି ଦାବି କରାଯାଇଛି । ସେହିପରି ସ୍ଵାମୀନାଥନ କମିଟି ରିପୋର୍ଟ ସମ୍ପୂଣ୍ଣ ଲାଗୁ କରି କୃଷି ଓ କୃଷକ ବଞ୍ଚାଇବା, କର୍ପୋରେଟ ଟିକସ ହ୍ରାସ କିନ୍ତୁ ଜନଗଣଙ୍କ ଉପରେ ଟିକସ ବୋଝ ଫେରସ୍ତ କର । ଦରଦାମ ବୃଦ୍ଧି ପ୍ରତ୍ୟାହାର କର , ଅଙ୍ଗନବାଡି, ଆଶା, ପାଚିକା ଆଦି ସ୍କିମକୁ ଅର୍ଥ ନବଢାଇ ତାକୁ ବନ୍ଦ କରିବା ଷଡଯନ୍ତ୍ର ରଦ୍ଦ କରି ସମସ୍ତଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରାଯାଉ, ଶିକ୍ଷା, ସ୍ଵାସ୍ଥ୍ୟ ସେବା ପାଇଁ ଅଧିକ ଅନୁଦାନ ପ୍ରଦାନ କର, ଅଶୋଧିତ ତୈଳ ଦର ଯଥେଷ୍ଟ କମିଛି, ଏଣୁ ଅବିଳମ୍ବେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦର ହ୍ରାସ କରାଯାଉ, ବେକାରି ମାନଙ୍କୁ ନିଯୁକ୍ତି ପାଇଁ ସମସ୍ତ ବନ୍ଦ କଳକାରଖାନା ଗୁଡିକୁ ତୁରନ୍ତ ଖୋଲାଯାଉ ଏବଂ ଜୟପୁର ସେବା କାଗଜକଳକୁ ପୁଣ୍ଣ କାଯ୍ୟକ୍ଷମ କରାଇ ଶ୍ରମିକ ମାନଙ୍କୁ ନ୍ୟାୟ ଦିଆଯାଉ ଆଦି ଦାବି ରହିଛି ।
ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ ମହାନ୍ତି, ରାମ କୃ୍ଷ୍ଣ ଦାସ, ସତ୍ୟ ବ୍ରତ ନନ୍ଦ, ଜିଲା ସହ ସମ୍ପାଦକ କୁମାର ଜାନୀ, ଜିଲା ପରିଷଦ ସଭ୍ୟ ସନ୍ୟାସି ମାଳି, ଗୁପ୍ତ ସଗରିଆ, କେଶବ ନାଗ, ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।