
ନୂଆପଡ଼ା,ରାଜ୍ୟର ବିଧାୟକ ପାଣ୍ଠି ଅଞ୍ଚଳର ବିକାଶ, ଉନ୍ନୟନ ଏବଂ ଜନତାଙ୍କ ଦାବୀ ଉପରେ କାର୍ଯ୍ୟ କରିବା ପାଇଁ ସହାୟକ ହୋଇଥାଏ। ପୂର୍ବରୁ ବିଧାୟକ ପାଣ୍ଠି ବିଶେଷ ରୂପେ ମନ୍ଦିର, ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ଗୃହ ନିର୍ମାଣ ନେଇ ଖର୍ଚ୍ଚ ହେଉଥିବା ବେଳେ ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଯୁବକ ମାନେ ଭିନ୍ନ ଢଙ୍ଗର ଦାବୀ ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ସାକ୍ଷାତ କରିଥିଲେ। ଘଣ୍ଟିଗୁଡା ଗ୍ରାମ ଠାରେ ଏକ ଲାଇବ୍ରେରୀ ସ୍ଥାପନ କରି ୨ ଲକ୍ଷ ଟଙ୍କାର ପୁସ୍ତକ କ୍ରୟ କରାଯାଉ ବୋଲି ଦାବୀ କରିଛନ୍ତି।
ସେମାନଙ୍କର ଏହି ଦାବିକୁ ନେଇ ଖଡ଼ିଆଳ ବିଧାୟକ ତୁରନ୍ତ ଅର୍ଥ ମଞ୍ଜୁର କରିଛନ୍ତି। ଯୁବକ ଯୁବତୀଙ୍କ ମଧ୍ୟରେ ଅଧ୍ୟୟନ ଜିଜ୍ଞାସା ବୃଦ୍ଧି ହେବା ଅଞ୍ଚଳର ଶୁଭ ସଙ୍କେତ ଅଟେ।