ନୂଆପଡ଼ା,ନୂଆପଡା ଜିଲ୍ଲା ଗରିବ ସେନା ପକ୍ଷରୁ ଜିଲ୍ଲା ସ୍ବାଭିମାନ ପଦଯାତ୍ରା ଆଜି ୧୬ ଦିନରେ ପହଞ୍ଚିଥିବା ବେଳେ ୨୮୦ କିଲୋମିଟର ଅତିକ୍ରମ ହୋଇଅଛି। ଏହି ପଦଯାତ୍ରା ୨୩ ପଞ୍ଚାୟତ ଅତିକ୍ରମ କରିଅଛି। ଜିଲ୍ଲା ବଞ୍ଚାଇବା ପାଇଁ ଚାଷୀ ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ବରେ “ନୂଆପଡା ସ୍ବାଭିମାନ ପଦଯାତ୍ରା” ଆରମ୍ଭ ହୋଇଥିଲା। ଚାଷୀଙ୍କୁ ଉପଯୁକ୍ତ ସମ୍ମାନ, ଦାଦନ ମୁକ୍ତ ଜିଲ୍ଲା, ଦୁର୍ନୀତି ମୁକ୍ତ, ଶୋଷଣ ମୁକ୍ତ, ମହିଳାଙ୍କୁ ସମ୍ମାନ ଏବଂ ଶିକ୍ଷିତ ଯୁବକଙ୍କ ହାତକୁ ରୋଜଗାର ପ୍ରଦାନ ସ୍ବାଭିମାନ ଯାତ୍ରାର ମୁଖ୍ୟ ଉଦ୍ଧେଶ୍ୟ ରହିଅଛି।
ସ୍ବାଭିମାନ ପଦଯାତ୍ରାକୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ ଉତ୍ସାହିତ ହୋଇ ଲୋକ ସ୍ଵାଗତମ କରିଛନ୍ତି।