
-
ବେଙ୍ଗାଲୁରୁର ଆକାଶ ନୂଆ ଭାରତର ସୈନ୍ୟ ଶକ୍ତିର ସାକ୍ଷୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବେଙ୍ଗାଲୁରୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବେଙ୍ଗାଲୁରୁରେ ଏରୋ ଇଣ୍ଡିଆର ଉଦଘାଟନୀ ଦିବସରେ କହିଛନ୍ତି ଯେ ବେଙ୍ଗାଲୁରୁର ଆକାଶ ନୂତନ ଭାରତର ସାମରିକ ଶକ୍ତିର ସାକ୍ଷୀ । ଏରୋ ଇଣ୍ଡିଆର ୧୪ତମ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବାଙ୍ଗାଲୋରର ଆକାଶ ସାକ୍ଷ୍ୟ ଦେଉଛି ଯେ ନୂତନ ଉଚ୍ଚତା ହେଉଛି ନୂଆ ଭାରତର ବାସ୍ତବିକତା । ଆଜି ଦେଶ ନୂତନ ଉଚ୍ଚତାକୁ ଛୁଇଁଛି ଏବଂ ଏହା ମଧ୍ୟ ଅତିକ୍ରମ କରୁଛି । ଏକ ସମୟ ଥିଲା ଯେତେବେଳେ ଏହାକୁ କେବଳ ଏକ ଶୋ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ଷ ବର୍ଷ ଧରି ଦେଶ ଏହି ଧାରଣାକୁ ବଦଳାଇ ଦେଇଛି । ଆଜି ଏହା କେବଳ ଏକ ଶୋ ନୁହେଁ ବରଂ ଭାରତର ବଢୁଥିବା ଶକ୍ତିର ପ୍ରଦର୍ଶନ ମଧ୍ୟ ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘ଇଣ୍ଡିଆ ପାଭିଲିୟନ’ର ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ ଏହି ଇଭେଣ୍ଟରେ ପ୍ରାୟ ୧୦୦ ଟି ଦେଶର ଉପସ୍ଥିତି ଦର୍ଶାଉଛି ଯେ ଭାରତ ଉପରେ ବିଶ୍ୱର ବିଶ୍ୱାସ ବହୁଗୁଣିତ ହୋଇଛି । ଏହି ପ୍ରଦର୍ଶନୀରେ ଭାରତ ଓ ବିଶ୍ୱର ୭୦୦ ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି । ଏରୋ ଇଣ୍ଡିଆ ଏକ ନୂତନ ଭାରତର ଏକ ନୂତନ ଦୃଷ୍ଟିକୋଣକୁ ଦର୍ଶାଉଛି ।