
-
୨୬ ତାରିଖ ଦିନ ହେବାକୁ ଥିବା ୯୮ ତମ ମନ କି ବାତ କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଶେୟାର କରିବାକୁ କଲେ ଆହ୍ୱାନ
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଉପଲକ୍ଷେ ରେ଼ଡିଓର ଶ୍ରୋତା, ଆରଜେ ଓ ଏହା ସହିତ ଜଡିତ ଅନ୍ୟ ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ପ୍ରସାରଣ ସେବା ଅଭିନବ କାର୍ଯ୍ୟକ୍ରମ ଓ ରଚନାତ୍ମକତାକୁ ପ୍ରଦର୍ଶିତ କରିବା ମାଧ୍ୟମରେ ନାଗରିକ ମାନଙ୍କର ଜୀବନକୁ ଉଜ୍ଜଳ କରୁଥାଉ ବୋଲି କାମନା କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ମୁଁ ଆପଣ ସମସ୍ତଙ୍କୁ ୨୬ ତାରିଖ ଦିନ ହେବାକୁ ଥିବା ୯୮ ତମ ମନ କି ବାତ କାର୍ଯ୍ୟକ୍ରମ ସମ୍ପର୍କରେ ମନେ ପକାଇବାକୁ ଚାହୁଁଛି । ଏହି କାର୍ଯ୍ୟକ୍ରମ ପାଇଁ ନିଜର ପରାମର୍ଶ ଶେୟାର କରନ୍ତୁ । ମାଇଗଭ, ନମୋ ଆପରେ ଲେଖନ୍ତୁ ବା ୧୮୦୦-୧୧-୭୮୦୦ରେ ଡାଏଲ କରି ନିଜର ବାର୍ତାକୁ ରେକର୍ଡ କରନ୍ତୁ ।