କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ୍ରେ ସରକାରୀ ଅମିନଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଗୋଚର ଓ ବଗାୟତ ଜମିକୁ ଚଂଚକତା କରି ନିଜ ନାମରେ କରାଇନେଇଥିବା ଜିଲ୍ଲାପାଳଙ୍କଠାରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାଜପାଳ ସମର୍ଥ ବର୍ମାଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁÂାନ ଦାବି କରାଯାଇଛି । ଅଭିଯୋଗ ମୁତାବକ ପଟ୍ଟାମୁଣ୍ଡାଇ ତହସିଲ୍ ଅଧିନ ନଳଢଳିଆ ଗ୍ରାମରେ ଥିବା ଖାତା ନମ୍ବର- ୨୬୮, ପ୍ଲଟ୍ ନମ୍ବର-୪୭୪ ଓ ୪୭୫ ଏ୦.୦୪ ଡିସମିଲ୍ ଭୂସଂପତିକୁ ସେହି ଗ୍ରାମର ଗୋଖେଇ ଚରଣ ବାଇ ପଟ୍ଟାମୁଣ୍ଡାଇ ତହସିଲ୍ରେ ସରକାରୀ ଅମିନଭାବେ କାର୍ଯ୍ୟ କରୁଥିବା ସମୟରେ ନିଜ ନାମରେ କରାଇ ନେଇଥିବା ଏହାସହ ସରକାରୀ ପୋଖରୀକୁ ଜବରଦଖଲ କରି ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏ ସମ୍ବନ୍ଧରେ ପଚାରିବାରୁ ଗ୍ରାମବାସୀ ମାନଙ୍କୁ ଧମକ ଚମକ ଦେବା, ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଉଥିବା ନେଇ ଗ୍ରାମର ସତ୍ୟରଂଜନ ଦାସ, ଅନିଲ୍ କୁମାର ଦାସ, ସତ୍ୟବାନ ଜେନା, କାର୍ତିକ ସାହୁ, ଶୁକଦେବ ସ୍ୱାଇଁ, ରାଜେନ୍ଦ୍ର ପାଣିଗ୍ରାହୀ, ନଟବର ନାୟକ, ମହେଶ୍ୱର ସେଠୀ ପ୍ରମୁଖ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି ।
Related Stories
December 28, 2024