ବ୍ରହ୍ମଗିରି ବ୍ଲକ ଚଉଦସହ ମୈାଜା କେନାଲର ଗୋଲୋରା ଠାରେ ଜଳସମ୍ପଦ ବିଭାଗ (ଡ୍ରେନେଜ୍) ଦ୍ଵାରା ଦଶମାଣ ଶଙ୍ଖ ଠାରୁ ଚିଲିକା କୁ ସଂଯୋଗ କରୁଥିବା କେନାଲର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା।
ଶ୍ରୀ ଦାସବର୍ମା ତାହା ସହିତ ଚାଷୀମାନଙ୍କର ଯେଉଁ ଭଳି ସମସ୍ୟା ନହୁଏ ସେଥିପ୍ରତି କାର୍ଯ୍ୟ କରୁଥିବା ଏଜେନ୍ସି ଓ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ ଓ ଚଉଦସହ ମୈାଜାର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।