ମାଲକାନଗିରି, ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ମାଥିଲି ବ୍ଲକ ଗୋଷ୍ଠି ଶିକ୍ଷା ଆନୁକୂଲ୍ୟରେ ଅନ୍ତନିର୍ବେଶୀ ଶିକ୍ଷା ସମ୍ବଦ୍ଧିୟ ୩ ଦିନିଆ ତାଲିମ ଶିବିର ସାମର୍ଥ୍ୟ ଅନୁଷ୍ଠିତ ହୋଇଯାଇଛି । ଆମ୍ବଗୁଡା ପଂଚାୟତ ଅନ୍ନର୍ଗତ ମାଡ଼କାମିଗୁଡା ଆଶ୍ରମ ବିଦ୍ୟାଳୟ ପରିସରରେ ଓ ସାଲିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଟି ପର୍ଯ୍ୟାୟରେ ମୋଟ ୧୦୦ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଗୋଷ୍ଠି ଶିକ୍ଷା ଅଧିକାରୀ ଶଶୀଭୂଷଣ ମିଶ୍ର, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧକାରୀ ଆର ୟେସୁ ଦାସ ଉପସ୍ଥିତ ରହି ଉଦଘାଟନ କରିଥିଲେ। ବ୍ଲକ୍ ସାଧନ କର୍ମୀ ଖୁସିରାମ ସାହୁଙ୍କ ପ୍ରତ୍ଯକ୍ଷ ତତ୍ଵାବଧାନରେ ସାଧନ କର୍ମୀ ରତ୍ନାକର ପାଳ, ନିହାର ରଂଜନ ବିଶ୍ଵାସ, ମନୋରଂଜନ ଜେନା ପରିଚାଳନା କରିଥିଲେ । ୨୦୧୬ ଆରପିଡବ୍ଲ୍ୟୁଡି ଆଇନ ଅନୁଯାୟୀ ୨୧ ପ୍ରକାର ଦିବ୍ୟାଙ୍ଗ ଚିହ୍ନଟିକରଣ ଏବଂ ସାଧାରଣ ଶିକ୍ଷ୍ୟାର୍ଥୀ ସହିତ ଦିବ୍ୟାଙ୍ଗ ଶିକ୍ଷ୍ୟାର୍ଥୀ କିପରି ଶିକ୍ଷା ଗ୍ରହଣ କରିପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା ।