ପୁରୀ/ଖୋର୍ଦ୍ଧା,ଶହେରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ କୁହୁଡ଼ି ଯୋଗୁଁ ଆଜି ସକାଳେ ଚିଲିକା ମଝିରେ ଅଟକି ଯାଇଥିଲା ଭସାପୋଲ । କୁହୁଡ଼ି ଯୋଗୁଁ ଭସାପୋଲ ଚ୍ୟାନେଲ ବାହାରକୁ ଚାଲିଯିବାରୁ ଚିଲିକା ମଝିରେ ଅଟକି ଯାଇଥିଲା । ପରେ ଜେସିବି ସାହାଯ୍ୟରେ ଚ୍ୟାନେଲ ଖୋଳାଯାଇ ଭସାପୋଲକୁ ଚ୍ୟାନେଲ ମଝିକୁ ଆଣିବାରୁ ତାହା ଚଳାଚଳ ହୋଇଥିଲା । ପ୍ରଥମେ ଡ଼ଙ୍ଗା ଦ୍ଵାରା ଏହି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ପରେ ପ୍ରଶାସନ ପକ୍ଷରୁ ଭସାପୋଲକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି । ଏହି ଭସାପୋଲରେ ଦୁଇଟି ବସ୍, ୧୦ଟି ବାଇକ୍ ଓ ୧୦୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଭସାପୋଲଟି ବାରମ୍ବାର ଚିଲିକା ମଝିରେ ଅଟକୁଥିବାରୁ ଏଠାରେ ସ୍ଥାୟୀ ବ୍ରିଜ ନିର୍ମାଣ ଦାବି ଜୋର୍ ଧରିଛି ।